ବ୍ୟାଗ୍‌ରେ ପ୍ରେମିକାର କଟାହାତ ସହ ନଈରୁ ୬୩ ବର୍ଷିୟ ଇତିହାସ ଅଧ୍ୟାପକ ଉଦ୍ଧାର

ସେଣ୍ଟ୍‌ ପିଟର୍ସବର୍ଗ: ତରୁଣୀ ପ୍ରେମିକା ଓ ପୂର୍ବତନ ଛାତ୍ରୀଙ୍କୁ ହତ୍ୟା କରି ତାଙ୍କ ଶବକୁ ଖଣ୍ଡବିଖଣ୍ଡ କରିଥିବା କଥା ସେଣ୍ଟ୍‌ ପିଟର୍ସବର୍ଗର ଜଣେ ଖ୍ୟାତନାମା ଇତିହାସ ଅଧ୍ୟାପକ ସ୍ୱୀକାର କରିବା ଘଟଣା ସମଗ୍ର ରୁଷ୍‌କୁ ଚମକାଇ ଦେଇଛି।

ନେପୋଲିୟନ୍‌ଙ୍କ ବିଷୟରେ ପ୍ରବୀଣ ଏଇ ଅଧ୍ୟାପକ ହେଉଛନ୍ତି ୬୩ ବର୍ଷିୟ ଓଲେଗା ସୋକୋଲୋଭ୍‌। ଶନିବାର ଦିନ ତାଙ୍କୁ ତୁଷାର ପାଲଟୁଥିବା ମୋଇକା ନଈରୁ ଜଣେ ନାରୀର ହାତ ପଶିଥିବା ବ୍ୟାଗ୍‌ ସହ ଉଦ୍ଧାର କରାଯିବା ପରେ ଗିରଫ କରାଯାଇଛି।

ସୋକୋଲୋଭ୍‌ଙ୍କ ଓକିଲ ଆଲେକ୍‌ଜେଣ୍ଡର୍‌ ପୋସୁଏଭ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ସେ ନିଜ ଦୋଷ ସ୍ୱୀକାର କରିଛନ୍ତି। ଏଥିପାଇଁ ସେ ଦୁଃଖ ପ୍ରକାଶ କରିବା ସହ ତଦନ୍ତରେ ସହଯୋଗ କରୁଛନ୍ତି।

Image Source: Hinduastan Times

ଡାକ୍ତରଖାନାରେ ହାଇପୋଥର୍ମିଆ ଚିକିତ୍ସା କରାଯାଉଥିବା ଏହି ଐତିହାସିକଙ୍କୁ ଗିରଫ କରାଯିବ କି, ନାହିଁ ସୋମବାର ଦିନ ଅଦାଲତ ସ୍ଥିର କରିବ।
ସେ ତରୁଣୀଙ୍କର ଦେହାଂଶ ପକାଇବା ସମୟରେ କେନ୍ଦ୍ରୀୟ ସେଣ୍ଟ୍‌ ପିଟର୍ସବର୍ଗ ଦେଇ ପ୍ରବାହିତ ନେଭା ନଦୀର ଶାଖା ମୋଇକା ନଦୀ ମଧ୍ୟକୁ ସୋକୋଲୋଭ୍‌ ମାତାଲ ଅବସ୍ଥାରେ ଖସି ପଡ଼ିଥିଲେ ବୋଲି ତଦନ୍ତକାରୀ ଅଧିକାରୀମାନଙ୍କୁ କହିଛନ୍ତି।

ସେଣ୍ଟ୍‌ ପିଟର୍ସବର୍ଗ ବିଶ୍ୱବିଦ୍ୟାଳୟରେ ଇତିହାସ ପଢ଼ାଉଥିବା ସୋକୋଲୋଭ୍‌ ତଦନ୍ତକାରୀଙ୍କୁ କହିଛନ୍ତି ଯେ ଯୁକ୍ତିତର୍କ ବେଳେ ସେ ତାଙ୍କ ପ୍ରେମିକାଙ୍କୁ ଗୁଳି କରି ମାରିବା ପରେ ତାଙ୍କର ମୁଣ୍ଡ, ବାହୁ ଓ ଗୋଡ଼ କାଟି ପକାଇଥିଲେ।

ପୁଲିସ ତାଙ୍କ ଘରୁ ୨୪ ବର୍ଷୀୟ ପ୍ରେମିକା ଅନାସ୍ତାସିଆ ୟେଚେଙ୍କୋଙ୍କ ଖଣ୍ଡବିଖଣ୍ଡ ହୋଇଥିବା ଶବ ଏବଂ ରକ୍ତାକ୍ତ କରତ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର