ରାଞ୍ଚିରେ ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଗୋଟିଏ ପରିବାରର ଅନ୍ୟୂନ ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି।

ରାଞ୍ଚି ଅନ୍ତର୍ଗତ କାନ୍‌କେ ଥାନା ଅଧୀନ ଅଞ୍ଚଳରେ ବାସ କରୁଥିବା ଏକ ପରିବାର ଏହି ଗଣଆତ୍ମହତ୍ୟା କରିଥିବା ଖବର ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଥିଲେ ବି ଏହାର କାରଣ ଜଣାପଡ଼ି ନାହିଁ।

ଏ ମାସର ଆଦ୍ୟ ଭାଗରେ ଝାଡ଼ଖଣ୍ଡ ଅନ୍ତର୍ଗତ ହଜାରିବାଗର ଏକ ଆପାର୍ଟମେଣ୍ଟ୍‌ରେ ଗୋଟିଏ ପରିବାରର ଛଅଜଣ ସଦସ୍ୟ ଆତ୍ମହତ୍ୟା କରିଥିଲେ। ଆର୍ଥିକ ବୋଝ ଉକ୍ତ ଆତ୍ମହତ୍ୟାର କାରଣ ଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର