ନାବାଳିକା ଦୁଷ୍କର୍ମ ମାମଲାରେ ୭ବର୍ଷ ଜେଲ୍‌

ଭୁବନେଶ୍ୱର: ଖଣ୍ଡଗିରି ଭରତପୁର ସତ୍ୟନଗର ବସ୍ତି ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଦୁ‌େର୍ଯ୍ୟ‌‌ାଧନ ଦାସଙ୍କୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ତଥା ଏଡିଜେ-୪ ଜଜ୍‌ ସତ୍ୟରଞ୍ଜନ ପ୍ରଧାନ ୭ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୬ ଦସ୍ତାବିଜ୍‌ ଓ ୯ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସେ ଏହି ଦଣ୍ଡବିଧାନ କରିଛନ୍ତି। ୨୦୧୭ ମସିହାରେ ମହିଳା ଥାନାରେ ହୋଇଥିବା ଏହି ମାମଲା(୧୨/୧୭)ର ବିଚାର ସ୍ୱତନ୍ତ୍ର କୋର୍ଟରେ ଚାଲିଥିଲା। ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ସୁବ୍ରତ ପ୍ରିୟଦର୍ଶୀ ମାମଲା ପରିଚାଳନା କରୁଥିବା ବେଳେ ତତ୍କାଳୀନ ଏସ୍‌ଆଇ ସୁଜାତା ବେହେରା ତଦନ୍ତ କରୁଥିଲେ। ନାବାଳିକାର ମା’ ଓ ବାପା ଦିନ ମଜୁରିଆ। ଗତ ଜୁନ ମାସରେ ନାବାଳିକା ମା’ ବାପା ମୂଲ ଲାଗିବାକୁ ଯାଇଥିବା ବେଳେ ଦୁ‌େର୍ଯ୍ୟାଧନ ୧୦ ଟଙ୍କା ଦେଇ ବିଡି କିଣିବା ପାଇଁ ନାବାଳିକାକୁ ପଠାଇଥିଲା। ବିଡି ଆଣି ୨ ଟଙ୍କା ଫେରେଇବା ବେଳେ ସେ ନାବାଳିକାକୁ ଘରକୁ ଟେକି ଆଣି ଦୁଷ୍କର୍ମ କରିଥିଲା।

ସମ୍ବନ୍ଧିତ ଖବର