ନୂଆଦିଲ୍ଲୀ : ମୃତ୍ୟୁର  ରହସ୍ୟ ଉପରୁ ପରଦା ଉଠିବା ଏବଂ ଶେଷରେ ଦୋଷୀ ଦଣ୍ଡ ପାଇବାର କାହାଣୀ ଆମେ ଫିଲ୍ମ ଏବଂ ଅନେକ ଧାରାବାହିକରେ ଦେଖିଛେ । ସେ ମଧ୍ୟରୁ କିଛି ଏମିତି ମଧ୍ୟ କାହାଣୀ ରହିଛି,ଯେଉଁଥିରେ ଶେଷ ପର୍ଯ୍ୟନ୍ତ ହତ୍ୟାକାରୀ କିଏ ତାହା ଜଣା ପଡ଼ି ନଥାଏ । ସାଧୁର ମୁଖା ପିନ୍ଧି ବୁଲୁଥିବା ଲୋକଟି ହିଁ ଅସଲ ଅପରାଧୀ ବୋଲି ଫିଲ୍ମର ଶେଷରେ ଜଣା ପଡ଼ିଥାଏ । କିନ୍ତୁ ସେଭଳି ଘଟଣା ଏବେ ଅସଲ ଜୀବନରେ ଘଟିଥିବା ଦେଖା ଯାଇଛି । ଦିଲ୍ଲୀରେ ଜଣେ ମୃତକଙ୍କ ମାମଲା ଲଢ଼ୁଥିବା ଓକିଲ ହିଁ ତାଙ୍କ ହତ୍ୟାକାରୀ ଥିଲେ ବୋଲି ୭ବର୍ଷର ଲମ୍ବା ବ୍ୟବଧାନ ପରେ ସାମ୍ନାକୁ ଆସିଛି ।

Advertisment

୭ ବର୍ଷ ତଳେ ଜଣେ ମହିଳାଙ୍କ ଶବ ବ୍ୟାଗ୍‌ ଭିତରେ ପୁଲିସକୁ ମିଳିଥିଲା । କିନ୍ତୁ ଘଟଣାକୁ ୭ବର୍ଷ ବିତିଯିବା ପରେ ମଧ୍ୟ ଅସଲ ଅପରାଧୀ କିଏ ତାହା ଜଣା ପଡ଼ି ପାରି ନ ଥିଲା । ୭ବର୍ଷ ପରେ ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ ଡିସେମ୍ବର ୧୮,୨୦୧୧ର ମାମଲାର ପୁନଃ ତଦନ୍ତ କରି ଅଭିଯୁକ୍ତ ଓକିଲ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ।

publive-image DNA India

ଅତିରିକ୍ତ ପୁଲିସ କମିସନର ରାଜୀବ ରଞ୍ଜନଙ୍କ କହିବା ଅନୁଯାୟୀ,ମୃତକ କିରଣ ଅଗ୍ରଓ୍ଵାଲ ନିଜର ଏକ ଜମି ଛାଡ଼ିବାକୁ ରାଜି ହେଉ ନଥିବାରୁ ତାଙ୍କ ଓକିଲ ବିରେନ୍ଦ୍ର କୁମାର ନିଜ ଦୁଇ ସହଯୋଗୀଙ୍କ ସହ ମିଶି କିରଣଙ୍କୁ ହତ୍ୟା କରିଥିଲେ ।