କମ୍‌ ରାସନ୍‌ ଦେବା ଅଭିଯୋଗ କରିବାରୁ ମହିଳାଙ୍କୁ ପିଟି ପିଟି ମାରିଲେ ଦୋକାନୀ

ମୁଜାଫରନଗର : ଉତ୍ତରପ୍ରଦେଶ ମୁଜାଫରନଗରରେ ଜଣେ ୭୫ ବର୍ଷୀୟା ମହିଳାଙ୍କୁ ଗତ କାଲି ପିଟି ପିଟି ହତ୍ୟା କରାଯାଇଛି। ହତ୍ୟାର କାରଣ ଅତି ମାମୁଲି। ଅସି ନାମକ ମହିଳା ଜଣକ ଏକ ଦୋକାନକୁ ରାସନ୍‌ ଆଣି ଯାଇଥିବା ସମୟରେ ଦୋକାନୀ ଜଣକ ତାଙ୍କୁ କମ୍‌ ରାସନ୍‌ ଦେବା ଅଭିଯୋଗ କରିଥିଲେ । ଏହପରେ ଦୋକାନୀ ଓ ଅନ୍ୟ ଦୁଇଜଣ ତାଙ୍କୁ ହତ୍ୟା କରିଥିଲେ। ଘଟଣା ବିଷୟରେ ଅସିଙ୍କ ପୁଅ ଭୁରା ପୁଲିସ ଠାରେ ଏତଲା ଦେବା ପରେ ବର୍ତ୍ତମାନ ମାମଲାଟିର ତଦନ୍ତ କରାଯାଉଛି।

news18

ପୁଲିସ ସୂଚନା ଅନୁଯାୟୀ , ଗତ କାଲି ସନ୍ଧ୍ୟା ସମୟରେ ରାସନ୍‌ ଆଣିବା ପାଇଁ ଯାଇଥିଲେ । ସେଠାରେ ଦୋକାନୀ ଜଣଙ୍କ ଆବଶ୍ୟକଠାରୁ କମ୍‌ ରାସନ୍‌ ଦେଇଥିଲା । ଏହାପରେ ଅସି ଏହାର ବିରୋଧ କରିଥିଲେ । ପରେ ଦୋକାନୀ ଏବଂ ସେଠାରେ ଉପସ୍ଥିତ ଦୁଇଜଣ ବ୍ୟକ୍ତି ତାଙ୍କୁ ପିଟି ଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ବନ୍ଧିୟ ସମସ୍ତ ସୂଚନା ପୁଲିସକୁ ତାଙ୍କ ପୁଅ ଭୁରା ପ୍ରଦାନ କରିବା ସହ ଏ ନେଇ ଏକ ମାମଲା ରୁଜୁ କରିଥିଲେ । ପୁଲିସ ଅଭିଯୋଗ ପରେ ଅଭିଯୁକ୍ତ ଦୋକାନୀ ନସିମଙ୍କୁ ଗିରଫ କରିଯିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ସାମ୍ମି ଏବଂ ଜାନୁ ଫେରାର ରହିଛନ୍ତି ।
ପୁଲିସର ତୁରନ୍ତ କାର୍ଯ୍ୟକାରୀ କରୁ ଏବଂ ଅଭିଯୁକ୍ତକୁ ଯଥା ଶୀଘ୍ର ଗିରଫ କରିବା ଦାବିରେ ଗ୍ରାମବାସୀ ମୃତ ଶରୀରକୁ ଅନେକ ସମୟ ପର୍ଯ୍ୟନ୍ତ ପୁଲିସକୁ ହସ୍ତାନ୍ତର କରିନଥିଲେ । ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର