ବରମୁଣ୍ଡାରୁ ୮ ଜୁଆଡ଼ି ଗିରଫ, ୪୬ ହଜାର ଟଙ୍କା ଜବତ

ଖଣ୍ଡଗିରି: ଶୁକ୍ରବାର ଅପରାହ୍ଣରେ କୁଇକ୍‌ ଆକ୍‌ସନ ଟିମ୍‌ ଓ ଖଣ୍ଡଗିରିି ଥାନା ପୁଲିସ ମିଳିିତଭାବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରି ୮ ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ବରମୁଣ୍ଡା ଅଞ୍ଚଳର ଅଜୟ ବେହେରା(୪୨), ଦିଲ୍ଲୀପ କୁମାର ରାଉତରାୟ(୩୩), ରୁଚିକା ମାର୍କେଟ୍‌ ଅଞ୍ଚଳର ପ୍ରଦୀପ ପାତ୍ର(୩୭), ଖୋର୍ଧା ଶରଧାପୁରର ଇସରତ୍‌ ମହମ୍ମଦ(୪୦), କଟକ ଚାଉଳିଆଗଂଜର ଦେବକାନ୍ତ ରାଉତ(୩୩), ନୟାଗଡ଼ ରଣପୁରର ପୂର୍ଣଚନ୍ଦ୍ର ବେହେରା(୩୨), ଗଞ୍ଜାମ ବୁଗୁଡ଼ାର ହିତେନ୍‌ ବାରିକ(୩୫) ଓ ଖୋର୍ଧା ଟାଙ୍ଗୀ ଚାନ୍ଦପୁରର ବିଜୟ କୁମାର ମହାନ୍ତି(୪୭)। ସେମାନଙ୍କଠାରୁ ୪୬ ହଜାର ଟଙ୍କା, ୧୦ ମୋବାଇଲ୍‌ ଫୋନ୍‌ ଓ ୩ଟି ବାଇକ୍‌ ଜବତ କରାଯାଇଛି।

ସୂଚନାନୁସାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ମାର୍କେଟରେ ଏକ ଖାଲି ଘରେ ଏହି ଜୁଆ ଆଡ଼ା ଚାଲିଥିବା ନେଇ କୁଇକ୍‌ ଆକ୍ସନ ଟିମ୍‌ ଅଧିକାରୀ ଦୀପକ କୁମାର ଲେଙ୍କା ଜାଣିବାକୁ ପାଇଥିଲେ। ଏକ ବିଶ୍ୱସ୍ତ ସୂତ୍ରରୁ ଏହି ଖବର ପାଇବା ମାତ୍ରେ ଶ୍ରୀ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଖବର ସତ ବୋଲି ଜାଣିବାକୁ ପାଇଥିଲେ। ତୁରନ୍ତ ସେ ଖଣ୍ଡଗିରି ଥାନା ପୁଲିସର ସହାୟତା ନେଇ ଅତର୍କିତ ଚଢ଼ଉ କରିଥିଲେ। ଫଳରେ ଆଡ଼ାରୁ କେହି ଜଣେ ବି ଖସିଯିବାରେ ସକ୍ଷମ ହୋଇ ନଥିଲେ। ଉପରକୁ ଖାଲି ତାସ ଖେଳ ଭଳି ଜଣାପଡ଼ୁଥିଲେ ବି ଏହି ଜୁଆଡ଼ିମାନେ ଭିତରେ ଭିତରେ ପସନ୍ଦ ନମ୍ବରରେ ଲଟେରି ଭଳି ଟଙ୍କା ଲଗାଇ ଜୁଆ ଖେଳୁଥିଲେ।

ସମ୍ବନ୍ଧିତ ଖବର