ଉତ୍ତରପ୍ରଦେଶ: ଫରାସୀ ପର୍ଯ୍ୟଟକଙ୍କୁ ଆକ୍ରମଣ କରି ୮ ଜଣ ସ୍ଥାନୀୟ ତରୁଣ ଗିରଫ

ମିର୍ଜାପୁର: ରବିବାର ଦିନ ଉତ୍ତରପ୍ରଦେଶର ମିର୍ଜାପୁର ଅନ୍ତର୍ଗତ ଅହରୌରା ଅଞ୍ଚଳରେ ମହିଳାଙ୍କ ସମେତ ଦଳେ ବିଦେଶୀ ପର୍ଯ୍ୟଟକଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ତରୁଣ ମାଡ଼ ଦେବା ସହ ଅସଦାଚରଣ କରିଛନ୍ତି।

ଏହି ମାମଲାରେ ଉତ୍ତରପ୍ରଦେଶ ପୁଲିସ ସ୍ଥାନୀୟ ଅଞ୍ଚଳର ୮ ଜଣ ତରୁଣଙ୍କୁ ଗିରଫ କରିଛି। ପୀଡ଼ିତ ୧୧ ଜଣ ପର୍ଯ୍ୟଟକ ଫ୍ରାନ୍‌ସ୍‌ର ବାସିନ୍ଦା।
ଅଧିକ ଚିକିତ୍ସା ନିମନ୍ତେ ଆହତ ପର୍ଯ୍ୟଟକମାନଙ୍କୁ ମିର୍‌ଜାପୁର ସ୍ଥାନାନ୍ତର କରାଯାଇଛି।

କେତେକ ସ୍ଥାନୀୟ ତରୁଣ ପର୍ଯ୍ୟଟକମାନଙ୍କୁ ଗାଳିଫଜିତ କରି ଅସଦାଚରଣ କରିବା ସହ ସମସ୍ତଙ୍କୁ ମାଡ଼ ଦେଇଛନ୍ତି। ମୁଁ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କଳାରୁ ସେମାନେ ମତେ ମଧ୍ୟ ମାରିଲେ। ଆମକୁ ଆକ୍ରମଣ କରିବାକୁ ଆକ୍ରମଣକାରୀମାନେ ଅଧିକ ଲୋକଙ୍କୁ ଡାକିଲେ। ଆତ୍ମରକ୍ଷା କରିବାକୁ ଆମେ ମଧ୍ୟ ସେମାନଙ୍କ ଉପରକୁ ପାଲଟା ଆକ୍ରମଣ କଲୁ। ଏ କଥା କହିଛନ୍ତି ଫରାସୀ ପର୍ଯ୍ୟଟକମାନଙ୍କର ଭାରତୀୟ ବନ୍ଧୁ ରିୟା ଦତ୍ତ।

ଆମେ ଫେରି ଯାଉଥିବା ବେଳେ ହଠାତ୍‌ କିଛି ଲୋକ ଆସି ଆମକୁ ଅପମାନିତ କଲେ। ବାଡ଼ିରେ ସେମାନେ ଆମକୁ ଆକ୍ରମଣ କଲେ। ମୋ ବନ୍ଧୁମାନଙ୍କ ଭିତରୁ ଜଣେ ଖୁବ୍‌ ଆଘାତ ପାଇଛି ବୋଲି କହୁଛନ୍ତି ଜଣେ ଆହତ ପର୍ଯ୍ୟଟକ।

ସମ୍ବନ୍ଧିତ ଖବର