ସଂପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହେଲେ ୮ ବର୍ଷୀୟା ନାବାଳିକା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ୭୦ କିଲୋମିଟର ଦୂରରେ ସୀତାପୁର ଜିଲ୍ଲାରେ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା କମଲପୁର ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାଙ୍କ ସହ ତାଙ୍କରି ସଂପର୍କୀୟ ଦୁଷ୍କର୍ମ କରିଥିବା ଘଟଣା ସମ୍ନାକୁ ଆସିଛି । ପୀଡ଼ିତାଙ୍କୁ ବର୍ତ୍ତମାନ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ଏହି ଘଟଣାସଂପର୍କରେ ପୁଲିସ ଠାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସମ୍ପର୍କୀୟ ଜଣଙ୍କୁ ଜେରା କରାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଡ଼ାକ୍ତରୀମଇନାରେ ନାବାଳିକା ସହ ଦୁଷ୍କର୍ମ ହୋଇଛି କି ନାହିଁ ପ୍ରମାଣିତ ହେବା ପରେ ପୁଲିସର ତଦନ୍ତ ଆଗକୁ ବଢ଼ାଯିବ । ତେବେ ଉତ୍ତରପ୍ରଦେଶରେ ଦିନକୁ ଦିନ ନାବାଳିକାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି। ଗତ ଶନିବାର ଦିନ ମଧ୍ୟ ଏକ ୧୪ ବର୍ଷର ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର