ଶିକ୍ଷକଙ୍କ ବର୍ବରତା : ଗଣିତ ପ୍ରଶ୍ନର ସମାଧାନ କରିବାରେ ବିଫଳ ହେବାରୁ ଛାତ୍ରଙ୍କ ବେକରେ ବାଡ଼ି ଭର୍ତ୍ତି କଲେ ଶିକ୍ଷକ

ପୁଣେ : ପୁଣେରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ଦଣ୍ଡ ଦେବାକୁ ଯାଇ ଶିକ୍ଷକ ଜଣଙ୍କ ତା’ଙ୍କ ବେକରେ ବାଡ଼ି ଭର୍ତ୍ତି କରି ଦେଇଥିବା ଅଭିଯୋଗ ହୋଇଛି । ଗଣିତର ଏକ ପ୍ରଶ୍ନ ପଚରାଯାଇଥିବା ବେଳେ ଛାତ୍ର ଜଣଙ୍କ ତାହାର ଉତ୍ତର ଦେବାରେ ବିଫଳ ହୋଇଥିଲେ । ଏଥିରେ ରାଗି ଯାଇ ଶିକ୍ଷକ ଜଣଙ୍କ ପାଖରେ ଥିବା ବାଡ଼ିକୁ ତା’ଙ୍କ ବେକରେ ଭର୍ତ୍ତି କରି ଦେଇଥିଲେ । ଏହି ଘଟଣା ଘଟିବା ପରେ ଛାତ୍ରଙ୍କୁ ଗମ୍ଭୀର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏ ଘଟଣା ପରେ ପୀଡ଼ିତଙ୍କ ପରିବାର ଲୋକେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏତଲା ଦେଇଥିବା ଜଣା ପଡ଼ିଛି ।

www.newsx.com

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ପୁଣେର ପିମ୍ପଲବାଡ଼ିରେ । ଛାତ୍ର ଜଣଙ୍କ ପିମ୍ପଲବାଡ଼ିରେ ଥିବା ଜିଲ୍ଲା ପରିଷଦ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଏପ୍ରିଲ ୧୦ରେ ତାଙ୍କର ଗଣିତ ପରୀକ୍ଷା ଥିଲା । ଛାତ୍ର ଜଣଙ୍କ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଠିକ୍‌ ଦେଇ ନ ପାରିବାରୁ ଶିକ୍ଷକ ଚନ୍ଦ୍ରକାନ୍ତ ସିନ୍ଦେ ଏକ ବାଡ଼ିକୁ ତା’ଙ୍କ ବେକରେ ଭର୍ତ୍ତି କରି ଦେଇଥିଲେ । ଏହା ପରେ ପୀଡ଼ିତଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ଆକ୍ରମଣ ପରେ ତାଙ୍କର ଖାଦ୍ୟ ନଳି ଏବଂ ଶ୍ୱାସକ୍ରିୟା ନଳି କଟି ଯାଇଥିବା ଜଣା ପଡ଼ିଛି । ପୀଡ଼ିତଙ୍କୁ ପୁଣେ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରି ନଥିବା ବେଳେ ପୀଡ଼ିତ ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ଼ କରିବା ପାଇଁ ପୁଲିସ ଅପେକ୍ଷା କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର