ବଦଳି କରାଇ ଦେବାକୁ କହି ୮୦ ହଜାର ଟଙ୍କା ଠକେଇ, ଯୁବକ ଗିରଫ

ଭୁବନେଶ୍ୱର: ବଦଳି କରାଇ ଦେବାକୁ କହି ୮୦ ହଜାର ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ସହିଦନଗର ଥାନା ଅଧୀନ ଭୋଇନଗର ଅଞ୍ଚଳର ଅଶ୍ୱିନୀ ବେହେରା (୩୪)। ପୁଲିସ ସୂଚନା ମୁତାବକ, ବର୍ଷେ ତଳେ ପଳାଶୁଣୀ ପିଏଚ୍‌ଡି କେଲୋନିରେ ରହୁଥିବା ଦେବେନ୍ଦ୍ରନାଥ ସ୍ୱାଇଁଙ୍କ ସହ ଅଶ୍ୱିନୀର ସାକ୍ଷାତ ହୋଇଥିଲା। ଅଶ୍ୱିନୀ ନିଜକୁ ଜଣେ ଆଇଏଏସ୍‌ଙ୍କ ପୁଅ ଓ ତାଙ୍କ ପତ୍ନୀ ଜିଲ୍ଲାପାଳ ବୋଲି କହିଥିଲା। ତେଣୁ ତା’ ଉପରେ ଭରସା କରି ଦେବେନ୍ଦ୍ର ନିଜ କର୍ମକ୍ଷେତ୍ର ବଦଳି ପାଇଁ ତାକୁ ୮୦ ହଜାର ଟଙ୍କା ଅଗ୍ରିମ ଦେଇଥିଲେ। ବଦଳି ପରେ ଅବଶିଷ୍ଟ ୧ଲକ୍ଷ ୨୦ ହଜାର ଦେବେ ବୋଲି କହିଥିଲେ। ବର୍ଷେ ବିତିଗଲା ପରେ ମଧ୍ୟ ନା ଦେବେନ୍ଦ୍ରଙ୍କ ବଦଳି ନ ହେବାରୁ ସେ ଅଶ୍ୱିନୀଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ଟଙ୍କା ନ ଫେରାଇବାରୁ ଦେବେନ୍ଦ୍ର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର