ଆଉ ଜଣେ ପ୍ରଦ୍ୟୁମ୍ନର କଥା! ସ୍କୁଲ୍‌ ଗାଧୁଆଘରୁ ମିଳିଲା ନବମ ଶ୍ରେଣୀ ଛାତ୍ରର ମୃତଦେହ

ଭଡ଼ୋଦରା: ପ୍ରଦ୍ୟୁମ୍ନର କାହାଣୀ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ସଂପୂର୍ଣ୍ଣ ନଲିଭୁଣୁ ଭଡ଼ୋଦରାରେ ଦେଖିବାକୁ ମିଳିଛି ସେହିପରି ଆଉ ଏକ ଘଟଣା। ଭଡ଼ୋଦରାର ଏକ ସ୍କୁଲ୍‌ ଗାଧୁଆଘର ଭିତରୁ ଜଣେ ନବମ ଶ୍ରେଶୀ ଛାତ୍ରର ମୃତଦେହ ମିଳିବା ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସହରର ବାରଣପୁର ଅଞ୍ଚଳରେ ଥିବା ଶ୍ରୀ ଭାରତୀ ବିଦ୍ୟାଳୟରେ ଏପରି ଘଟଣା ଘଟିଛି ବୋଲି ଶୁକ୍ରବାର ଜାଣିବାକୁ ମିଳିଛି।

ସ୍କୁଲ୍‌ ଗାଧୁଆଘର ଭିତରୁ ଶୁକ୍ରବାର ପିଲାଟିକୁ କେହି ଛୁରୀ ମାରି ହତ୍ୟା କରିଥିବା ଜଣାପଡ଼ିଛି। ଯେଉଁ ଛୁରୀରେ ହତ୍ୟା କରାଯାଇଛି ସେହି ଛୁରୀଟି ମଧ୍ୟ ଗାଧୁଆଘର ଭିତରୁ ଜବତ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ପିଲାଟି ସହିତ ସେହି ସ୍କୁଲ୍‌ର ଜଣେ ଦଶମ ଶ୍ରେୀଣୀର ଛାତ୍ର ଶୁକ୍ରବାର ଦେଖିବାକୁ ମିଳିଥିଲା। ସେହି ଛାତ୍ରଟି ଫେରାର୍‌ ଥିବାରୁ ପୁଲିସ୍‌ ସନ୍ଦେହ କରୁଛି ଯେ କେହି ଜଣେ ଉକ୍ତ ଦଶମ ଶ୍ରେଣୀ ଛାତ୍ରକୁ ପ୍ରବର୍ତ୍ତାଇ ତାହା ଦ୍ୱାରା ଏହି କାର୍ଯ୍ୟ କରିଛି।

ତଦନ୍ତ ଏବେ ବି ଜାରି ରହିଛି। ହତ୍ୟାକାରୀ କିଏ ଜାଣିବା ପାଇଁ ପୁଲିସ୍‌ ସ୍କୁଲ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରିବ। ପୁଲିସ୍‌ କହିବା ମୁତାବତ, ମୃତକ ଜଣକ ଭଡ଼ୋଦରାରେ ନିଜ ମାଉସୀଙ୍କ ପାଖରେ ରହି ପାଠ ପଢ଼ୁଥିଲେ। ତାଙ୍କ ବାପାମାଆ ଆନନ୍ଦ ଜିଲ୍ଲାରେ ରହନ୍ତି।

ସମ୍ବନ୍ଧିତ ଖବର