ଜମି ବିବାଦକୁ ନେଇ ୯ ବର୍ଷିୟ ନାବାଳିକାକୁ ଗଣଦୁଷ୍କର୍ମ, ସାନଭାଇ ଅଟକାଇବାରୁ ଦୁଇ ଜଣଙ୍କୁ ମାରି ନଦୀରେ ଫିଙ୍ଗିଦେଲେ

ମୁଜାଫରପୁର : ବିହାରର ମୁଜାଫରପୁରରେ ଜଣେ ୯ବର୍ଷିୟ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ନଦୀରେ ଫିଙ୍ଗି ଦେବା ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଭଉଣୀ ସହ ଯୌନ ପିପାସୁମାନେ ଗଣଦୁଷ୍କର୍ମ କରୁଥିବା ଦେଖି ୭ବର୍ଷର ଭାଇ ଅଟକାଇବାରୁ ତାକୁ ମଧ୍ୟ ହତ୍ୟା କରାଯାଇ ନଦୀରେ ଫଙ୍ଗି ଦିଆ ଯାଇଥିବା ଅଭିଯୋଗ ହୋଇଛି । ଏକା ସାଙ୍ଗରେ ଘରର ଦୁଇଟି ଦୀପ ଲିଭି ଯାଇଛି । ଏ ଘଟଣାକୁ ନେଇ ପୁଲିସରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ପରିବାର ଲୋକେ ୩ ଜଣଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛିା

New Vision

ସୂଚନା ମୁତାବକ, ରବିବାର ଦୁଇ ଭାଇ-ଭଉଣୀ ଗାଇ ଚରାଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ସଂନ୍ଧ୍ୟା ହୋଇଯିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିବା ପରେ ମୁଜାଫରପୁରରେ ଥିବା ବାୟା ନଦୀ କୂଳରୁ ଦୁଇ ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା । ଶବ ଉଦ୍ଧାର କରାଯିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ କିଛି ଦିନ ତଳେ ଏକ ଜମି ପାଇଁ ଗାଁର ଜଣେ ଯୁବକଙ୍କ ସହ ପୀଡ଼ିତାଙ୍କ ପରିବାରର ଝଗଡ଼ା ହୋଇଥିବାରୁ ସେମାନେ ଏପରି କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସବୁ ଘଟଣାକୁ ଆଖି ଆଗରେ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର