ଅଦ୍ଭୁତ କୁକୁର ପ୍ରେମ : କୁକୁର ପାଇଁ ପଡ଼ୋଶୀଙ୍କୁ କୁରାଢ଼ୀରେ ହାଣି ହତ୍ୟା
ବରେଲି : ପଶୁମାନଙ୍କ ମଧ୍ୟରେ ସବୁଠାରୁ କୁକୁର ସବୁଠାରୁ ବିଶ୍ୱାସନୀୟ । ଅନେକ ସ୍ଥାନରେ ଏହା ପ୍ରମାଣିତ ହୋଇଥିଲେ ହେଁ ନିକଟରେ ଜଣେ ବ୍ୟକ୍ତିଙ୍କ କୁକୁର ପ୍ରେମ ତାଙ୍କୁ ହାଜତରେ ନେଇ ପହଞ୍ଚାଇଛି। ବୁଧବାର ଦିନ ବରେଲିର ଭାମୋନା ଥାନା ଅନ୍ତର୍ଗତ ସିନ୍ଧା ଗ୍ରାମରେ ବ୍ରଜପାଲ୍ ନାମକ ଜଣେ ବ୍ୟକ୍ତି କୁକୁରକୁ ବଞ୍ଚାଇବାକୁ ଯାଇ ପଡ଼ିଶାରେ ରହୁଥିବା ସର୍ବେଶଙ୍କୁ କୁରାଢ଼ିରେ କାଟି ହତ୍ୟା କରିବା ସହ ତାଙ୍କ ପୁଅ ଗୁରମିତ୍ଙ୍କୁ ନିର୍ଧୁମ୍ ପିଟିଛନ୍ତି । ଘଟଣାଟି ଜଣାପଡ଼ିବା ପରେ ଘଟଣାସ୍ଥଳରୁ ବ୍ରଜ୍ପାଲ୍ ଫେରାର ରହିଥିବା ବେଳେ ପୁଲିସ୍ ତାଙ୍କର ଖୋଜୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବୁଧବାର ଦିନ ପଞ୍ଜାବରେ ଶ୍ରମିକ କାମ କରୁଥିବା ସର୍ବେଶ ଘରେ ପାଣିର ମୋଟର ଚଳାଇବାକୁ ଯାଉଥିଲେ । ସେହି ସମୟରେ ବାଡ଼ିରେ ପଡ଼ୋଶୀ ବ୍ରଜପାଲଙ୍କ ବୁଲୁଥିବା କୁକୁରର ଗୋଡ଼କୁ ବାଡ଼ିରେ ମାରିଥିଲା ତାଙ୍କ ପୁଅ ଗୁର୍ମିତ୍ । ଯାହା ଫଳରେ ଉଭୟ ପଡ଼ୋଶୀଙ୍କ ମଧ୍ୟରେ ବହୁତ ଝଗଡ଼ା ହୋଇଥିଲା, ଯେଉଁଥିରେ କ୍ରୋଧିତ ବ୍ରଜପାଲ୍ ସର୍ବେଶଙ୍କ ଘରେ ପଶି ତାଙ୍କୁ କୁରାଢ଼ୀରେ କାଟି ହତ୍ୟା କରିବା ସହ ତାଙ୍କ ପୁଅ ଗୁରମିତ୍ଙ୍କୁ ମଧ୍ୟ ନିର୍ଧୁମ୍ ମାରିଥିଲେ । ଗାଁ ଲୋକେ ଘଟଣାସ୍ଥଳକୁ ଆସିବାରୁ ବ୍ରଜ୍ପାଲ୍ ସେଠାରୁ ଫେରାର ହୋଇଯାଇଥିଲେ ।
ହତ୍ୟା ଘଟଣା ଶୁଣିବା ପରେ ପୁଲିସ ପହଞ୍ଚି ମୃତଶରୀରକୁ ପୋଷ୍ଟମୋଟର୍ମ ପାଇଁ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠା ଯାଇଛି । ଗ୍ରାମଲୋକଙ୍କ ବୟାନ କ୍ରମେ ପୁଲିସ ବ୍ରଜ୍ରାଜ୍ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ତାଙ୍କର ଖୋଜ୍ କରୁଛନ୍ତି।