ଟିକ୍‌-ଟକ୍‌ ଭିଡିଓ ତିଆରି କରିବା ପାଇଁ ରୋକିଲା ସ୍ତ୍ରୀ, ନ ମାନିବାରୁ ପତ୍ନୀକୁ ହତ୍ୟା କରି ପଙ୍ଖାରେ ଝୁଲାଇଲା ସ୍ୱାମୀ

ଅମରାବତୀ : ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଛି । ଟିକ୍‌-ଟକ୍‌ ଭିଡିଓ ବନାଇବାର ଅଭ୍ୟାସ ନ ବଦଳାଇବାରୁ ରାଗରେ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି । ପ୍ରଥମେ ଗଳା ଚିପି ହତ୍ୟା କରିବା ପରେ କାହାକୁ ସନ୍ଦେହ ନ ହେବା ପାଇଁ ସ୍ତ୍ରୀର ଶବକୁ ପଙ୍ଖାରେ ଝୁଲାଇ ଦେଇଥିଲା ଅଭିଯୁକ୍ତ । ଏ ନେଇ ପୁଲିସକୁ ଖବର ମିଳିବା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

पोस्टमार्टम रिपोर्ट में खुलासा
oneindia.com

ସୂଚନା ମୁତାବକ, ଅଭିଯୁକ୍ତ ସାହିବ୍‌ ଫାତିମାଙ୍କୁ ଟିକ୍‌-ଟକ୍‌ ଭିଡିଓ ବନାଇବାକୁ ମନା କରି ଆସୁଥିଲେ । କିନ୍ତୁ ଫାତିମା କଥା ନ ମାନିବାରୁ ସାହିବ ଫାତିମାଙ୍କ ଗଳା ଚିପି ହତ୍ୟା କରିଥିଲେ । ପରେ ଆତ୍ମହତ୍ୟାର ଋପ ଦେବା ପାଇଁ ତାଙ୍କୁ ପଙ୍ଖାରେ ଝୁଲାଇ ଦେଇଥିଲେ । ଅକ୍ଟୋବର ୨୭ରେ ପୁଲିସକୁ ଶବ ମିଳିବା ପରେ, ସେ ମଧ୍ୟ ଏହାକୁ ଆତ୍ମହତ୍ୟା ବୋଲି ଭାବିଥିଲେ । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଗଳା ଚିପି ହତ୍ୟା କରାଯାଇଥିବା ସାମ୍ନାକୁ ଆସିଥିଲା । ସତ ଜାଣି ପୁଲିସ ତଦନ୍ତ କରିବା ପରେ ସାହିବ ଫାତିମାଙ୍କ ସହ ଟିକ୍‌-ଟକ୍‌ ଭିଡିଓକୁ ନେଇ ଝଗଡ଼ା କରୁଥିବା ସାମ୍ନାକୁ ଆସିଥିଲା । ସାହିବକୁ ଗିରଫ କରି ପୁଲିସ ପଚରାଉଚରା କରିବା ପରେ ସେ ସବୁ ସତ ମାନି ନେଇଥିଲା ସାହିବ ।

ସମ୍ବନ୍ଧିତ ଖବର