ଝିଅ ଜନ୍ମ ହେବାରୁ ପ୍ରସବ ପରେ ଶୌଚାଳୟରେ ଛାଡ଼ି ଚାଲିଗଲା ମା’, ତା’ ପରେ……

ଥାନେ : ମହାରାଷ୍ଟ୍ରର ଥାନେରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରସବ ପରେ ଶିଶୁ କନ୍ୟା ଜନ୍ମ ହେବାରୁ ଜନ୍ମ କଲା ମା’ ନବଜାତକୁ ଶୌଚାଳୟରେ ଛାଡ଼ି ଚାଲିଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଜଣେ ମହିଳା ଶୌଚାଳୟକୁ ଯାଇଥିବା ବେଳେ ଶିଶୁର କାନ୍ଦଣା ଶୁଣି ତାକୁ ଉଦ୍ଧାର କରିଥିଲେ । ଏହା ପରେ ଶିଶୁକୁ କଲଓ୍ଵା ସିଭିକ୍‌ ଡାକ୍ତରଖାନାକୁ ପଠା ଯାଇଥିଲା । ଉଦ୍ଧାର କରିଥିବା ମହିଳାଜଣଙ୍କ ଏ ନେଇ ପୁଲିସରେ ଅଭିଯୋଗ କରିବା ସହ ସେମାନଙ୍କୁ ତଦନ୍ତରେ ମଧ୍ୟ ସାହାଯ୍ୟ କରିଥିଲେ ।

Abandoned by mother, newborn rescued from public toilet
timesnownews.com

ସୂଚନା ମୁତାବକ, ଗୁରୁବାର ମହିଳାଜଣଙ୍କ ଶୌଚାଳୟ ଯିବା ପରେ ଶିଶୁର କାନ୍ଦଣା ଶୁଣି ତାକୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ସମାଜସେବୀଙ୍କ ସହାୟତାରେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏ ନେଇ ମହିଳା ପୁଲିସରେ ଅଭିଯୋଗ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତ ମା’ର ପତ୍ତା ଲଗାଇଥିଲେ । ଏବେ ମହିଳାଙ୍କୁ ଚିହ୍ନଟ କରାଯାଇ ସାରିଥିବା ବେଳେ ତାଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର