ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଚନ୍ଦ୍ରଶେଖରପୁର : ଚକ୍‌ଲେଟ୍‌ ଦେବାର ଲୋଭ ଦେଖାଇ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ମଙ୍ଗଳାସାହିର ସୋମନାଥ ବେହେରା(୪୦)କୁ ଗିରଫ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ସୋମନାଥ ଜଣେ ନାବାଳିକାକୁ ଚକ୍‌ଲେଟ୍‌ ଦେବାର ଲୋଭ ଦେଖାଇ ଘରକୁ ଡାକି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ମାତ୍ର ନାବାଳିକାଟି ପାଟି କରି କାନ୍ଦିବାରୁ ସେ ତାକୁ ଛାଡ଼ି ଦେଇଥିଲା। ପରିବାରଲୋକଙ୍କୁ ସବୁ କଥା କହିବା ପରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର