ନାବାଳିକାକୁ ଦୁଷ୍କର୍ମ ଘଟଣା : ୫ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର : ନାବାଳିକାକୁ ଦୁଷ୍କର୍ମ ଘଟଣାରେ ମହିଳା ଥାନା ପୁଲିସ ଦୀର୍ଘ ୫ ବର୍ଷ ପରେ ଅଭିଯୁକ୍ତକୁ ଗରିଫ କରି କୋର୍ଟ ଚାଲାଣ କରିଛି। ତା ନାଁ ଦେବାଶିଷ ପଣ୍ଡା। ଘର ତମାଣ୍ଡୋ ଟାଙ୍କି ସାହି ଅଞ୍ଚଳରେ। ୨୦୧୩ରେ ତମାଣ୍ଡୋ ଅଞ୍ଚଳରେ ରହୁଥିବା ଜଣେ ନାବାଳିକାକୁ ଦେବାଶିଷ ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। କିନ୍ତୁ ସେହିଦିନଠାରୁ ଦେବାଶିଷ ଫେରାର ଥିଲା। ବୁଧବାର ରାତିରେ କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ମହିଳା ଥାନା ପୁଲିସ ତା ଘର ଉପରେ ଚଢ଼ଉ କରି ଦେବାଶିଷକୁ ଗିରଫ କରିଥିଲା

ସମ୍ବନ୍ଧିତ ଖବର