ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଣି ନେଇଗଲେ ଦୁର୍ବୃତ୍ତ, ଛାତିରେ ୬ଟି ଗୁଳି ଓ ଆଖିରେ ଏସିଡ୍‌ ପକାଇ କଲେ ହତ୍ୟା

ବେଗୁସରାଇ : ବିହାରର ବେଗୁସରାଇରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି । ସ୍ତ୍ରୀ ଆଗରେ ସ୍ୱାମୀକୁ ଘରୁ ଟାଣି ନେବା ସହ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘରୁ ନେବାର ପରଦିନ ପୀଡ଼ିତଙ୍କ ମୃତଦେହକୁ ପୁଲିସ ଏକ ଧାନ ବିଲରୁ ଉଦ୍ଧାର କରିଥିବା ଜଣା ପଡ଼ିଛି ।

चिल्लाती रही पत्नी, पहले पति की आंखों में तेजाब डाला फिर....
aajtak.intoday.in

ସୂଚନା ମୁତାବକ, ଘଟଣାଟି ବେଗୁସରାଇର ତୁରକିଆ ଗ୍ରାମରେ ଘଟିଛି । ଶୁକ୍ରବାର ପୀଡ଼ିତ ତୁଳସୀ ମହତୋ ନିଜ ଘରେ ଥିବା ବେଳେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ନେଇ ପହଞ୍ଚିବା ସହ ତୁଳସୀଙ୍କୁ ଉଠାଇ ନେଇଥିଲେ । ଏହି ସମୟରେ ତାଙ୍କ ପତ୍ନୀ ଗୋଡ଼ ତଳେ ପଡ଼ି ଛାଡ଼ି ଦେବାକୁ ଗୁହାରି କରିଥିଲେ ମଧ୍ୟ ଅଭିଯୁକ୍ତମାନେ କିଛି ବି ଶୁଣି ନଥିଲେ । ତୁଳସୀଙ୍କୁ ଟେକି ନେବା ସହ ତାଙ୍କ ହାତ ଗୋଡ଼ ବାନ୍ଧି ୬ଟି ଗୁଳି ତାଙ୍କ ଛାତିକୁ ମାରିଥିଲେ । ଏମିତି କି ରାଗରେ ସେ ତୁଳସୀଙ୍କ ଆଖିରେ ଏସିଡ୍‌ ମଧ୍ୟ ପକାଇ ଦେଇଥିଲେ । ମୃତଦେହ ଜବତ ହେବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିବା ଜଣାପଡ଼ିଛି । ତୁଳସୀଙ୍କ ସ୍ତ୍ରୀ କିଛି ଯୁବକଙ୍କୁ ଚିହ୍ନଟ କରି ଅଭିଯୋଗ କରିଥିବା ବେଳେ ପୁଲିସ ଏବେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର