ଅମିତାଭ ବଚ୍ଚନଙ୍କ ପରେ ସିଙ୍ଗର ଅଦନାନ ସାମିଙ୍କ ଟୁଇଟର ଆକାଉଣ୍ଟ ହେଲା ହ୍ୟାକ୍‌

ନୂଆଦିଲ୍ଲୀ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପରେ ଏବେ ସିଙ୍ଗର ଅଦନାନା ସାମିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ କରାଯାଇଛି। ତାଙ୍କ ଆକାଉଣ୍ଟ ବି ଅବିକଳ ସେଭଳି ଶୈଳୀରେ ହ୍ୟାକ୍‌ କରାଯାଇଛି ଯେମିତି କି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିଲା।

ହ୍ୟାକର୍ସ ଅଦନାନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ କରି ଡିପି ବଦଳାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଫଟୋ ଲଗାଇ ଦେଇଛନ୍ତି। ଏହା ସେମାନେ ଅମିତାଭ ବଚ୍ଚନଙ୍କ ଫଟୋ ସହିତ ବି କରିଥିଲେ। କେବଳ ଏତିକି ନୁହେଁ ଅଦନାନଙ୍କ ଟୁଇଟର ହ୍ୟାଣ୍ଡେଲରେ ହ୍ୟାକର୍ସ ଅନେକ ଟୁଇଟ ବି କରିଥିଲେ। ଏଥିମଧ୍ୟରୁ ଗୋଟିଏ ଟୁଇଟକୁ ପିନ୍‌ କରାଯାଇଛି, ଯେଉଁଥିରେ ଲେଖା ଯାଇଛି କି, ‘ଯିଏ ବି ଆମର ଭାଇ ଦେଶ ପାକିସ୍ତାନ ସହିତ ଧୋକା କରିବ , ସେ ଏହା ବୁଝି ଯିବା ଦରକାର କି ତାହାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ ଓ ପାକିସ୍ତାନ ପତକା ପ୍ରୋଫାଇଲ ପିକଚର ଜରିଆରେ ଦେଖାଯିବ।’

କେବଳ ଏତିକି ନୁହେଁ ହ୍ୟାକର୍ସ ନିଜେ ହ୍ୟାକିଂ ସୂଚନା ଦେଇ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ତୁମର ଆକାଉଣ୍ଟ ତୁର୍କିର ସାଇବର ଆର୍ମି Ayyldz Tim ହ୍ୟାକ୍‌ କରିଛନ୍ତି। ତୁମର କଥାବାର୍ତ୍ତାର ଜରୁରୀ ଡାଟାକୁ ବି କ୍ୟାପଚର କରି ଦିଆଯାଇଛି।

ସମ୍ବନ୍ଧିତ ଖବର