‘ମୋ ଭଉଣୀ ସହିତ ସମ୍ପର୍କ ରଖିଥିବା ଯୁବକକୁ ହତ୍ୟା କରିବା ପାଇଁ ଯାଇଥିଲି, ମାରିଦେଲି ଅନ୍ୟ ଜଣକୁ’

ଜୟପୁର: ରାଜସ୍ଥାନ ରାଜସଂସଦରେ ବସବାସ କରୁଥିବା ଜଣେ ଶ୍ରମିକ ଅଫରାଜୁଲଙ୍କ ବୀଭତ୍ସ ହତ୍ୟାକାଣ୍ଡର ତଦନ୍ତ ଯେତେ ହିଁ ଆଗକୁ ବଢ଼ିବାରେ ଲାଗିଛି ସେତିକି ନୂଆ ରହସ୍ୟ ଖୋଲିବାରେ ଲାଗିଛି। ଡିସେମ୍ବର ୬ ତାରିଖରେ ହୋଇଥିବା ଏହି ହତ୍ୟାକାଣ୍ଡର ପର୍ଦ୍ଦଫାସ ଅଭିଯୁକ୍ତ ଶମ୍ଭୁଲାଲ ନିଜେ କରିଛି।

ପୁଲିସ ପଚରା ଉଚରା ସମୟରେ ଅଭିଯୁକ୍ତ ଶମ୍ଭୁଲାଲ କହିଥିଲା କି, ଅଫରାଜୁଲଙ୍କ ହତ୍ୟା ସେ ଭୁଲରେ କରି ଦେଇଥିଲା। ତାକୁ ଅନ୍ୟଜଣଙ୍କୁ ମାରିବାର ଥିଲା।

ପୁଲିସ ଆଗରେ ନିଜର ଦୋଷ ସ୍ୱୀକାର କରି ଶମ୍ଭୁଲାଲ କହିଛି, ପଶ୍ଚିମ ବଙ୍ଗଳରେ ରହୁଥିବା ଶ୍ରମିକ ଅଫରାଜୁଲଙ୍କୁ ହତ୍ୟା କରିବା ତାଙ୍କର କୌଣସି ଯୋଜନା ନଥିଲା। ସେ ଅଜ୍ଜୁ ଶେଖ୍‌କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ସେ କହିଥିଲା, ଅଜ୍ଜୁ ଶେଖ୍‌ର ଜଣେ ଯୁବତୀଙ୍କ ସହିତ ସମ୍ପର୍କରେ ଥିଲା, ଯାହାକୁ ସେ ନିଜ ଭଉଣୀ ବୋଲି ମାନୁଥିଲା। ପୁଲିସର ସନ୍ଦେହ ହେଉଛି କି ଶମ୍ଭୁଲାଲ ଉକ୍ତ ଯୁବତୀଙ୍କ ସହିତ ସମ୍ପର୍କ ନଥିଲା ତ ! ସେଥିପାଇଁ ଶମ୍ଭୁଲାଲ ଅଜ୍ଜୁ ଶେଖ୍‌କୁ ହତ୍ୟା କରିବାକୁ ଚାହୁଁଥିଲା କି?

ପୁଲିସ ସୂତ୍ରରୁ ପ୍ରକାଶ, ହତ୍ୟା ପୂର୍ବରୁ ଶମ୍ଭୁଲାଲ ଜଲଚକ୍କି ବଜାରକୁ ଯାଇଥିଲା ଓ ଅଜ୍ଜୁ ସମ୍ପର୍କରେ ପଚରାଉଚରା କରିଥିଲା। ସେଠାରେ ଅଜ୍ଜୁଙ୍କ କୌଣସି ସୂଚନା ନମିଳିବାରୁ ଜଣେ ବ୍ୟକ୍ତି ତାକୁ ଜଣେ ଶ୍ରମିକଙ୍କ ନମ୍ବର ଦେଇଥିଲା। ନମ୍ବର ଦେଇଥିବା ବ୍ୟକ୍ତି ଶମ୍ଭୁଲାଲର କଥାକୁ ଠିକ୍‌ ଭାବେ ବୁଝି ପାରି ନଥିଲା। ସେ ଭାବିଲା ଶମ୍ଭୁଲାଲ ତାଙ୍କ ଘରର ପାଚେରି ତିଆରି କରିବାର ପାଇଁ ଶ୍ରମିକ ଖୋଜୁଛି। ବ୍ୟକ୍ତି ଜଣକ ଏଭଳି ଭାବି ଶମ୍ଭୁଲାଲ କୁ ଅଫରାଜୁଲ ନମ୍ବର ଦେଇ ଦେଇଥିଲେ।

ସମ୍ଭୁଲାଲ ଡିସେମ୍ବର ୫ରେ ଅଫରାଜୁଲକୁ ଫୋନ୍‌ କରିଥିଲା। ତାକୁ ଲାଗିଲା ଅଜ୍ଜୁ ହିଁ ତାଙ୍କ ସହିତ ଫୋନ୍‌ରେ କଥା ହେଉଛି। ଅଜ୍ଜୁ ଓ ଅଫରାଜୁଲଙ୍କ ସ୍ୱରରର କୌଣସି ପାର୍ଥକ୍ୟ ବାରି ପରି ନଥିଲା ଶମ୍ଭୁଲାଲ। ଏହାପରେ ସେ ଡିସେମ୍ବର ୬ ତାରିଖ ସକାଳ ୯ଟାରେ ପୁଣିଥରେ ଅଜ୍ଜୁକୁ କଲ କରିଥିଲା। ସେ ତା’ର ଘରର ପାଚେରି କରିବାକୁ ଚାହୁଁଛି ସେଥିପାଇଁ ତାଙ୍କୁ ଜଣେ ଶ୍ରମିକ ଆବଶ୍ୟକ ବୋଲି କହିଥିଲା ଏହାପରେ ଶମ୍ଭୁଲାଲ ଅଫରାଜୁଲଙ୍କ ସହିତ ମିଶି ଚା’ ପିଇଥିଲେ। ଏହାପରେ କାଦାଳ, ରଶି ଆଦି ସାଥୀରେ ଧରି ଅଫରାଜୁଲଙ୍କୁ କିଛି କିଲୋମିଟର ପର୍ଯ୍ୟନ୍ତ ଚଲାଇ ଚଲାଇ ନେଇଯାଇଥିଲା। ତା’ପରେ ଅଫରାଜୁଲଙ୍କୁ ଅଜ୍ଜୁ ଭାବି ଶମ୍ଭୁଲାଲ ଅତି ବୀଭସ୍‌ ଭାବେ ହତ୍ୟା କରିଥିଲା। ଏହି ହତ୍ୟାର ଏକ ଭିଡିଓକୁ ବି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା।

ସମ୍ବନ୍ଧିତ ଖବର