ବିବାହର ୨୨ଦିନ ମଧ୍ୟରେ ସାମ୍ନାକୁ ଆସିଲା ସ୍ତ୍ରୀର ଅସଲ ଚେହେରା, କ୍ଷୀରରେ ଦେଶୀ ଘିଅ ମିଶାଇ ପିଇବାକୁ ଦେଇ କଲା ଏଭଳି କାମ

ନୂଆଦିଲ୍ଲୀ : ୨୨ଦିନ ପୂର୍ବରୁ ପୀଡ଼ିତ ଯାହାକୁ ବିବାହ କରି ଘରର ଲକ୍ଷ୍ମୀ କରି ଆଣିଥିଲେ ସେ ପ୍ରକୃତରେ କ’ଣ ତାହା କାହାକୁ ଜଣା ନଥିଲା । ବିବାହ ପରେ ପରେ ସବୁ ଠିକ୍‌ ଚାଲିଥିବା ବେଳେ ୨୨ଦିନ ପରେ ସ୍ତ୍ରୀର ଅସଲ ଚେହେରା ଦେଖି ପୀଡ଼ିତଙ୍କ ହୋସ ଉଡ଼ି ଯାଇଥିଲା । ରାତିରେ ଦେଶୀ ଘିଅ ମିଶା କ୍ଷୀର ପିଇ ସେ ଶୋଇଥିବା ବେଳେ ଆଖି ଖୋଲିବା ବେଳକୁ ସେ ଡ଼ାକ୍ତରଖାନାରେ ପହଞ୍ଚି ଯାଇଥିଲେ । ତାଙ୍କ ସହ କ’ଣ ଘଟିଲା?ସେ କେମିତି ଡ଼ାକ୍ତରଖାନାରେ ପହଞ୍ଚିଲେ? ଏ ସବୁ ପ୍ରଶ୍ନ ତାଙ୍କ ମନରେ ଚାଲୁଥିବା ବେଳେ ପରିବାର ଲୋକେ ପରେ ସବୁ ଘଟଣା ଜଣାଇଥିଲେ ।

Indiatimes.com

ସୂଚନା ମୁତାବକ, ଘଟଣାଟି ରବିବାର ଘଟିଥିବା ବେଳେ ଅଭିଯୁକ୍ତ ମହିଳାଙ୍କର ଆଉ ଜଣେ ପୁରୁଷଙ୍କ ସହ ବିବାହ ପୂର୍ବରୁ ପ୍ରେମ ସଂପର୍କ ରହିଥିଲା । ଯାହାକୁ ସେ ବିବାହ ପରେ ମଧ୍ୟ ଭୁଲି ପରି ନଥିଲେ । ନିଜ ପ୍ରେମିକ ପାଇଁ ସେ ନିଜ ସ୍ୱାମୀଙ୍କୁ ଠକି ଚାଲି ଯାଇଥିଲେ । ଯିବା ପୂର୍ବରୁ ସ୍ୱାମୀଙ୍କ କ୍ଷୀରରେ ନିଶା ଔଷଧ ମିଶାଇ ପୀଡ଼ିତା ବେହୋସ କରିବା ସହ ଘରେ ଥିବା ଟଙ୍କା,ସୁନାଗହଣା ଏବଂ ପୀଡ଼ିତଙ୍କ କିଛି ପୋଷାକ ମଧ୍ୟ ନେଇ ଚାଲି ଯାଇଥିଲେ । ସକାଳ ହେବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ପୀଡ଼ିତ ସକାଳୁ ଉଠିବା ପରେ ମୁଣ୍ଡ ବୁଲାଇ ତଳେ ପଡ଼ି ଯାଇଥିଲେ । ଯାହାର ଶବ୍ଦ ଶୁଣି ପରିବାର ଲୋକେ ରୁମ୍‌ ଭିତରକୁ ଆସି ଦେଖିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ପୀଡ଼ିତ ସୁସ୍ଥ ହେବା ପରେ ପୁଲିସ ଆଗରେ ଏ ନେଇ ଅଭିଯୋଗ କରିଥିବା ଜଣା ପଡ଼ିଛି । ଅଭିଯୋଗ ପାଇ ପୁଲିସ ଏବେ ଛାନ୍‌ ଭିନ୍‌ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର