ନୀଳ ତିମି ଓ ମୋମୋ ପରେ ଏବେ ଏହି ଖେଳ ନେଉଛି ଯୁବପିଢ଼ିଙ୍କ ଜୀବନ !

ନୂଆଦିଲ୍ଲୀ: ଅନଲାଇନ ଖେଳ ନୀଳ ତିମି, ମୋମୋ, କିକି, ଡ୍ରାଗନ ବ୍ରେଥ ଭଳି ଅନେକ ଗେମ୍‌ ମୋହରେ ବାୟା ହୋଇ ଯୁବପିଢିଙ୍କ ମୃତ୍ୟୁ ହୋଇଥିଲା। ନିକଟରେ ଏହି ଖେଳ ତାଲିକାରେ ଆଉ ଏକ ନୂଆ ଖେଳ ସାମିଲ୍‌ ହୋଇଛି, ଯାହାର ନାମ ରହିଛି ‘ମାର୍ଭେଲ୍‌’।

ଅନ୍‌ଲାଇନ୍‌ ‘ମାର୍ଭେଲ୍‌’ ଗେମ୍‌ କାରଣରୁ ରାଜସ୍ଥାନର ସିରେହିରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ଶନିବାର ବିଳମ୍ବିତ ରାତିରେ ହାଉସିଙ୍ଗ ବୋର୍ଡର ଜଣେ ଛାତ୍ର ଆତ୍ମହତ୍ୟା କରିଥିଲା। ଏହି ଆତ୍ମହତ୍ୟା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ କରିଥିଲା। ମୃତ ଛାତ୍ର ନାମ ବିପିନ୍‌ ଶର୍ମା ବୋଲି ଜଣାପଡ଼ିଛି।

ମୃତକ ଛାତ୍ର ହରିୟାଣା ମହେନ୍ଦ୍ରଗଡର ବାସିନ୍ଦା । ଆତ୍ମହତ୍ୟା କରିବା ପୂର୍ବରୁ ବିପିନ କାନ୍ଥରେ ଆଇ କୁଇଟ୍‌ ବୋଲି ଲେଖିଥିଲା । ପୁଲିସକୁ ଘଟଣାସ୍ଥଳରୁ ଏକ ନୋଟ୍‌ ମଧ୍ୟ ଜବତ କରିଛି। ଯେଉଁଥିରେ ମାର୍ଭେଲ ଗେମ୍‌ ସମ୍ପର୍କରେ ଲେଖାଯାଇଥିଲା । ଉକ୍ତ କପିରେ ଗେମ ସମ୍ପର୍କରେ ଅନେକ ସୂଚନା ଲେଖାଥିବା ପୁଲିସ ଦେଖିବାକୁ ପାଇଥିଲା।
ତେଣୁ ଏହି ଗେମ୍‌ କାରଣରୁ ବିପିନ୍‌ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଉକ୍ତ ଘଟଣାର ପୁଲିସ୍‌ ତଦନ୍ତ ମଧ୍ୟ ଜାରି ରଖିଛି।

ସମ୍ବନ୍ଧିତ ଖବର