ରାତିସାରା ମା’ର ମୃତଦେହ ପାଖରେ ବସି ରହିଥିଲା ଝିଅ, ସକାଳେ ଉଠି ମା’ର ପାଦ ଛୁଇଁବା କ୍ଷଣି ହେଲା ଝିଅର ମୃତ୍ୟୁ

ନୂଆଦିଲ୍ଲୀ: କରନାଳରେ ଜଣେ ମହିଳା ରୋଗରେ ପୀଡିତ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରାତି ହେବା କାରଣରୁ ଶବକୁ ଶ୍ମଶାନକୁ ନିଆଯାଇ ପରିଲା ନାହିଁ। ତେଣୁ ଶବକୁ ଫ୍ରିଜରେ ରଖା ଯାଇଥିଲା। ସକାଳେ ଯେତେବେଳେ ଝିଅ କାନ୍ଦିକାନ୍ଦି ମା’ର ପାଦ ଛୁଇଁଥିଲେ ହଠାତ୍‌ ଫ୍ରିଜ ଭିତରୁ ଏକ ବଡ଼ ବିସ୍ଫୋରଣ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ଝିଅର ମୃତ୍ୟୁ ହୋଇଯାଇଥିଲା। ଝିଅର ମୃତ୍ୟୁ ଫ୍ରିଜରୁ ବାହାରି ଥିବା ବିଦ୍ୟୁତ ଆଘତ ହେତୁ ହୋଇଥିବା କୁହାଯାଉଛି।

ଏଭଳି ଏକ ଘଟଣା କରନାଳର ସଦର ବଜାରରେ ଘଟିଛି। ୫୨ବର୍ଷର ବିମଳା ଅନେକ ଦିନ ହେବ ରୋଗରେ ପୀଡିତ ଥିଲେ। ମା’ର ଦେଖାଶୁଣା ପାଇଁ ବିବାହିତ ଝିଅ ସୋନା ବାପାଘରକୁ ଆସିଥିଲା। ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ବିମଳାଙ୍କୁ ବଞ୍ଚାଇ ହେଲା ନାହିଁ ଓ ତାଙ୍କର ରାତିରେ ମୃତ୍ୟୁ ହୋଇଯାଇଥିଲା। ରାତି ହେବା କାରଣରୁ ଅନ୍ତିମ ସଂସ୍କାର ସକାଳେ କରିବା ପାଇଁ ସ୍ଥିର କରାଯାଇଥିଲା। ସେଥିପାଇଁ ପରିବାରବର୍ଗ ହାନ୍ସି ରୋଡ ଶ୍ମଶାନ ଘାଟରୁ ମୃତଦେହ ଆଣି ଫ୍ରିଜରରେ ରଖିଥିଲେ କିନ୍ତୁ ଶ୍ମଶାନ  ଘାଟ କର୍ମଚାରୀ ସୋନା ମା’ଙ୍କ ମୃତ ଦେହକୁ ଯେଉଁ ଫ୍ରିଜରେ ରଖିବାକୁ ଦେଇଥିଲେ ସେଥିରେ ବିଦ୍ୟୁତ ସରବାହରହ ଠିକ୍‌ ନଥିଲା। ପରିବାରବର୍ଗ ବିମଳାଙ୍କ ମୃତଦେହକୁ ସେହି ଫ୍ରିଜରେ ରଖି ଦେଇଥିଲେ। ଝିଅ ସୋନା ରାତି ସାରା ଫ୍ରିଜ ନିକଟରେ ବସି ରହିଥିଲା। ସକାଳ ହେବାରୁ ଝିଅ ମା’ର ପାଦ ଧରି କାନ୍ଦିବାକୁ ଲାଗିଥିଲା ଏହି ସମୟରେ ଏକ ବିସ୍ଫୋରଣ ହୋଇଥିଲା ଓ ସୋନାର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର