ଜେଲ ଫେରନ୍ତା ଅଭିଯୁକ୍ତ ପୁଣି ଗିରଫ

ପୁରୁଣା ଭୁବନେଶ୍ୱର: ଦାଦାବଟି ନ ଦେବାରୁ ସାନେଟୋରିୟମ୍‌ ଛକ ନିକଟରେ ଥିବା ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ମ୍ୟାନେଜରଙ୍କୁ ଆକ୍ରମଣ ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ତପନ ଓରଫ ମନୋରଞ୍ଜନ ଖଟେଇ (୩୧)କୁ ଗିରଫ କରିଛି। ତପନର ଘର ବଡ଼ଗଡ଼ ଅଦେଇଖାଲ ବସ୍ତିରେ। ୪ ଦିନ ତଳେ ସେ ଜେଲ୍‌ରୁ ମୁକୁଳିଥିଲା। ପୁଲିସ ସୂଚନା ଅନୁଯାୟୀ, ଗତ ରାତିରେ ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ମ୍ୟାନେଜର୍‌ଙ୍କୁ ବଟି ମାଗିଥିଲା। କିନ୍ତୁ ମ୍ୟାନେଜର୍‌ ବଟି ଦେବାକୁ ମନା କରିବାରୁ ସେ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିଥିଲା। ସେଠାରେ ଥିବା ଏକ କାର୍‌ର କାଚ ମଧ୍ୟ ଭାଙ୍ଗି ଦେଇଥିଲା। ସେହି ସମୟରେ ମଣ୍ଡପର ମାଲିକାଣୀ ବନଶ୍ରୀ ସାମନ୍ତରାୟ ପହଞ୍ଚିଯିବାରୁ ତପନ ତାଙ୍କୁ ମଧ୍ୟ ମାଡ଼ ମାରିଥିଲା। ଏନେଇ ବନଶ୍ରୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର