ପରକୀୟା ସଂପର୍କ ବିଷୟରେ ପଚାରିବାରୁ ରାଗରେ ସ୍ତ୍ରୀକୁ ଗୁଳି କଲା ସ୍ବାମୀ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଥିବା ପାରମଲ ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତି ରାଗରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ଗିରଫ ହେବା ଡ଼ରରେ ପୁଲିସକୁ ଅଭିଯୁକ୍ତ ମିଛ କାହାଣୀ କହିବାକୁୁ ଚେଷ୍ଟା କରିଥିବା ସାମ୍ନାକୁ ଆସିଛି। ନିଜ ପତ୍ନୀକୁ ହତ୍ୟା କରିବା ପରେ ନେତ୍ରପାଲ ସିଂହ ନାମକ ଅଭିଯୁକ୍ତ ସ୍ଥାନୀୟ ପୁଲିସକୁ କହିଥିଲେ ଯେ, ତାଙ୍କ ଘରକୁ କିଛି ଡ଼କାୟତ ଚୋରି କରିବା ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ। କିନ୍ତୁ ଶେଷରେ ପୁଲିସ ସାମ୍ନାକୁ ସବୁ ସତ ଆସିଥିଲା।

ପୁଲିସର କହିବା ମୁତାବକ, ନେତ୍ରପାଲ ନିଜ ପତ୍ନୀ ରାକ୍ଷୀଙ୍କୁ ୨୦୧୧ରେ ବିବାହ କରିଥିଲେ। ଘଟଣା ଦିନ ଦୁହେଁ ଏକ ବିବାହ ଭୋଜି ଖାଇ ଘରକୁ ଫେରିବା ପରେ ନେତ୍ରପାଲ ବନ୍ଧୁକ କାଢ଼ି ରାକ୍ଷୀଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଗିରଫ ହେବା ଡ଼ରରେ ସେ ନିଜେ ପୁଲିସକୁ ଡ଼କାଇ ମିଛ କାହାଣୀ କହିଥିଲେ। କିଛି ଚୋର ତାଙ୍କ ଘରକୁ ହଠାତ୍ ପଶି ଆସିବା ସହ ୧.୨୫ଲକ୍ଷ ଟଙ୍କା ଚୋରି କରି ପତ୍ନୀ ରାକ୍ଷୀଙ୍କୁ ଗୁଳି କରି ଦେଇଥିବା ପୁଲିସକୁ କହିଥିଲେ ନେତ୍ରପାଲ।

Image result for Agra man shoots wife on being asked about extra-marital affair; misleads police with fake robbery story
Times of India

କିନ୍ତୁ ନେତ୍ରପାଲଙ୍କ ଦୁଇଟି ସନ୍ତାନ ସତ କାହାଣୀକୁ ପୁଲିସ ସାମ୍ନାକୁ ଆଣିଥିଲେ। ନେତ୍ରପାଲଙ୍କ ବୟାନ ଉପରେ ସନ୍ଦେହ ହେବାରୁ ପୁଲିସ ତାଙ୍କର ଦୁଇଟି ପିଲାଙ୍କୁ ଘଟଣା ବିଷୟରେ ପଚାରିଥିଲେ। ଯାହା ପରେ ନେତ୍ରପାଲ ହିଁ ରାକ୍ଷୀଙ୍କୁ ଗୁଳି କରି ହତ୍ୟା କରିଥିବା ସାମ୍ନାକୁ ଆସିଥିଲା। ହତ୍ୟା ପଛର କାରଣ ପଚରାଯିବା ପରେ ନେତ୍ରପାଲ କହିଥିଲେ, ମୋର ଆଉ ଜଣେ ମହିଳାଙ୍କ ସହ ସଂପର୍କ ଥିଲା। ଏ ବିଷୟରେ ରାକ୍ଷୀ ଜାଣିପାରି ମୋତେ ପ୍ରଶ୍ନ କରିବାରୁ ରାଗରେ ମୁଁ ଏଭଳି କରିଛି।

ସମ୍ବନ୍ଧିତ ଖବର