ଦୃଷ୍ଟିଶକ୍ତି ନ ଥିବା ଯୁବକଙ୍କୁ ୫ଟି ବାଇକ୍ ଚୋରି ଘଟଣାରେ ଜେଲ ପଠାଇଥିଲା ପୁଲିସ, ତା’ ପରେ….

ଅହମଦାବାଦ୍: ରାଖିଆଲରେ ଏକ ଆଶ୍ଚର୍ଯ୍ୟଜନକ  ଘଟଣା ଘଟିଛି। ଆଦୌ ଦେଖି ପ‌ାରୁନଥିବା ୩୨ବର୍ଷୀୟ ଯୁବକଙ୍କ ଉପରେ ଦୁଇ ମାସ ମଧ୍ୟରେ ୫ଟି ଦୁଇ ଚକିଆ ଯାନ ଚୋରି କରିବାର ଅଭିଯୋଗ ଲାଗିବା ଏବଂ ଏ ନେଇ ତାଙ୍କୁ ଜେଲରେ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ବ୍ୟକ୍ତିଙ୍କ ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି ଯେ, ସେ ଶତପ୍ରତିଶତ  ଦୃଷ୍ଟିହୀନ। ଏ ନେଇ ସେ ଗୁଜୁରାଟ ହାଇକୋର୍ଟଙ୍କୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ପାଞ୍ଚଟି ଏତଲାକୁ ଖାରଜ କରିବା ପାଇଁ ଅନୁରୋଧ କରିଛନ୍ତି।

ସୂଚନା ମୁୁତାବକ, ଗତ ବର୍ଷ ଡିସେମ୍ବରରେ ସହରର ବିଭିନ୍ନ ସ୍ଥାନରେ ଦୁଇ ଚକିଆ ଯାନ ଚୋରି ଅଭିଯୋଗରେ ରାମୋଲ, ନରୋଡା ଏବଂ ଇସାନପୁର ପୁଲିସ ଅହମ୍ମଦ ଶେଖ୍ ନାମକ ଅଭିଯୁକ୍ତଙ୍କ ବିରୋଧରେ ପୃଥକ ପୃଥକ ମାମଲା ରୁଜୁ କରିଥିଲେ। ଭାଟଭା ଅଞ୍ଚଳରେ ପୁଲିସ ଦୁଇଟି ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା। ସମାନ ମାମଲାରେ ଅନ୍ୟ ଦୋଷୀମାନଙ୍କ ଦ୍ୱାରା ଦିଆଯାଇଥିବା ବିବୃତି ଆଧାରରେ ସହରରେ ଗାଡ଼ି ଚୋରି କରୁଥିବା ଏକ ଗ୍ୟାଙ୍ଗର ଅଂଶ ବୋଲି ଅଭିଯୋଗ କରି ଶେଖଙ୍କୁ ପୁଲିସ ଗିରଫ କରିଥିଲା।

Image result for 32-year-old blind man jailed for stealing vehicles
Facebook

ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଓକିଲ ଏମ. ସାଙ୍ଗରାମ ୨୦୧୭ରେ ସିଭିଲ ହସପିଟାଲ ଏବଂ ୨୦୦୯ରେ ଦୃଷ୍ଟିହୀନ  ସଂଘ ଦ୍ବାରା ଜାରି କରାଯାଇଥିବା ଡାକ୍ତରୀ ପ୍ରମାଣପତ୍ର ଦେଖାିଥିଲେ, ଯାହା ଶେଖଙ୍କୁ ୧୦୦ପ୍ରତିଶତ ଅନ୍ଧ ବୋଲି ପ୍ରମାଣ କରିଥିଲା। ୨୦୧୯ରେ ବାପୁନାଗର ପୁଲିସ ସହରରେ ୫ଟି ଗାଡ଼ି ଚୋରି ମାମଲାରେ ସମ୍ପୃକ୍ତ ଥିବାରୁ ଶେଖଙ୍କୁ ଗିରଫ କରିଥିଲା। ତେବେ ଶେଖ୍ ଅନ୍ଧ ବୋଲି ଜଣା ପଡ଼ିବା ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ହେଲେ ଗିରଫ କରିଥିବା ପୁଲିସ ଶେଖଙ୍କ ଅନ୍ଧ ହେବାକୁ ବିଶ୍ବାସ ନ କରିବା ସହ ଏକ ସିସିଟିଭି ଫୁଟେଜରେ ସେ ଗାଡ଼ି ଚଳାଉଥିବାର ଦେଖାଯାଇଥିବା କହିଥିଲେ। ଶେଖ୍ ନୁହନ୍ତି ବରଂ ଏହି ଘଟଣାର ସହ-ଅଭିଯୁକ୍ତ ଅସଲାମ ଚୋଟୁ ଗାଡ଼ି ଚଳାଉଥିବା ଯୁକ୍ତି ବାଢ଼ିଥିଲେ ଶେଖଙ୍କ ଓକିଲ ସଂଗ୍ରାମ। ଏତେ ସବୁ ପରେ  ଅଭିଯୋଗକାରୀଙ୍କୁ ତାଙ୍କ ଗାଡ଼ି ମିଳିଯାଇଥିବାରୁ ସେମାନେ ଏବେ ମାମଲା ଆଗକୁ ବଢ଼ାଇବାକୁ ଚାହୁନଥିବା ଜଣା ପଡ଼ିଛି। ଏ ନେଇ ଶେଖ୍ ଗୁଜୁରାଟ ହାଇକୋର୍ଟଙ୍କୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ପାଞ୍ଚଟି ଏତଲାକୁ ଖାରଜ କରିବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର