ବିବେକ ତିଓ୍ଵାରୀ ହତ୍ୟା ମାମଲା: ମୃତକଙ୍କ ପରିବାର ଲୋକଙ୍କୁ ଭେଟି ୫ କୋଟି ଟଙ୍କା ସହାୟତା ରାଶି ଦାବି କଲେ ଅଖିଳେଶ ଯାଦବ

‘ବିଜେପି ସରକାରଙ୍କ ଶାସନ କାଳରେ କେହି ବି ସୁରକ୍ଷିତ ନୁହଁନ୍ତି’

ଲକ୍ଷ୍ନୌ: ପୁଲିସ୍‌ ଗୁଳିରେ ମୃତ୍ୟୁ ଘଟିଥିବା ଆପେଲ୍‌ କମ୍ପାନିର ପରିଚାଳକ ବିବେକ୍‌ ତିଓ୍ଵାରୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଅଖିଳେଶ ବିବେକଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ତାଙ୍କୁ ୫ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି। ସେ ବିଜେପି ସରକାରଙ୍କୁ ନିନ୍ଦା କରି କହିଛନ୍ତି କି ବିଜେପି ଶାସନ କାଳରେ କେହି ବି ଏଠାରେ ସୁରକ୍ଷିତ ନୁହଁନ୍ତି। ଏହି ସବୁ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି ଅଖିଳେଶ ଯାଦବ ।

ଉଲ୍ଲେଖଯୋଗ୍ୟ, ବିଳମ୍ବିତ ରାତ୍ରୀରେ ଘରକୁ ଫେରୁଥିବା ବେଳେ ଅଧାବାଟରେ ବିବେକ୍‌ଙ୍କୁ ଜଣେ କନ୍‌ଷ୍ଟବଲ୍‌ ଗାଡ଼ି ରଖିବାକୁ କହିଥିଲେ। ବିବେକ ଗାଡ଼ି ନ ରୋଗିବାରୁ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବେକଙ୍କ ହତ୍ୟା ପରେ ତାଙ୍କ ପତ୍ନୀ କଳ୍ପନା ୧ କୋଟି ଟଙ୍କା ସହ ସରକାରୀ ଚାକିରି ଦାବି କରିଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ ବିବେକ ତିଓ୍ଵାରୀଙ୍କ ପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପତ୍ନୀ, ପିଲା ଓ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏହା ଛଡ଼ା ଏହି ଜଘନ୍ୟ ଅପରାଧର ଅପରାଧୀ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ମଧ୍ୟ ଦେଇଥିଲେ। ଯୋଗୀ ସରକାର ଆହୁରି ବି କହିଥିଲେ କି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଏହାର ତଦନ୍ତ କାର୍ଯ୍ୟ ଆରମ୍ଭ କରିିଛି।

ତାଙ୍କ ଏବେ ସୁଦ୍ଧା ୨୫ ଲକ୍ଷ ଟଙ୍କା ସହାୟତା ରାଶି ଭାବେ ଦିଆଯିବା ସହ ଲକ୍ଷ୍ନୌ ନଗର ନିଗମରେ ବିବେକଙ୍କ ପତ୍ନୀ କଳ୍ପନାଙ୍କୁ ଜନ ସଂପର୍କ ଅଧିକାରୀ ପଦରେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର