ପୁଅ ଆଗରେ ମିଛ ଅଭିଯୋଗ କରୁଥିବାରୁ ଶାଶୁକୁ ହତ୍ୟା କଲେ ବୋହୂ-ନାତୁଣୀ

ଅଲବର: ରାଜସ୍ଥାନର ଅଲବରରେ ଘରୋଇ କଳହକୁ ନେଇ ବୋହୂ ଶାଶୁକୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସାମାନ୍ୟ କାରଣ ପାଇଁ ହତ୍ୟାକାରୀ ପାଲଟିଛି ନାତୁଣୀ । ବୋହୂ ସହ ନାତୁଣୀ ମିଶି ଜେଜେ ମା’କୁ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ସୂଚନା ମୁତାବକ, ଅଲବରର ହର୍‌ସାନାରେ ନିଜ ପରିବାର ସହ ରହୁଥିଲେ ରମେଶ ମୀଣା । ପରିବାରରେ ତାଙ୍କ ପତ୍ନୀ ଶୀଲା, ଝିଅ ନୀତୁ ଏବଂ ମା’ ଗୁଲକନ୍ଦୀ ଦେବୀ ରହୁଥିଲେ । ଦୁଇ ଦିନ ତଳେ ରମେଶ କିଛି କାମରେ ବାହାରକୁ ଯାଇଥିବା ବେଳେ ଶୀଲା ଏବଂ ନୀତୁଙ୍କ ସହ ଗୁଲକନ୍ଦୀ ଦେବୀଙ୍କର ଝଗଡ଼ା ହୋଇଥିଲା । ରାଗରେ ଶୀଲା ଏବଂ ନୀତୁ ଗୁଲକନ୍ଦୀ ଦେବୀଙ୍କୁ ତଡ଼ାରେ ମୁଣ୍ଡକୁ ପିଟିବା ସହ ପାଣି ମୋଟର ସାହାଯ୍ୟରେ ତାଙ୍କୁ ମୁହଁକୁ ଛେଚି ଦେଇଥିଲେ । ସନ୍ଧ୍ୟା ସମୟରେ ରମେଶ ଘରକୁ ଫେରି ଗୁଲକନ୍ଦୀ ଦେବୀଙ୍କ ଏ ଅବସ୍ଥା ଦେଖି ଶୀଲା ଏବଂ ନୀତୁଙ୍କୁ ଏ ନେଇ ପଚାରିଥିଲେ ।

Daily Express

କୌଣସି ଉତ୍ତର ନ ପାଇ ରମେଶ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶୀଲା ଏବଂ ନୀତୁଙ୍କୁ ପଚରାଉଚରା କରିଥିଲା । ଯାହା ପରେ ଗୁଲକନ୍ଦୀ ଦେବୀ ସବୁ ବେଳେ ମିଛ ସତ କହି ଘରେ ଝଗଡ଼ା କରାଉଥିଲେ । ରମେଶଙ୍କୁ ମିଛ ଅଭିଯୋଗ କରିବା ପରେ ରମେଶ ଆମମାନଙ୍କୁ ମାଡ଼ ମାରୁଥିଲେ । ବାରମ୍ବାର ଏପରି ହେବାରୁ ଆମେ ତାଙ୍କୁ ହତ୍ୟା କରିଛୁ ବୋଲି ସ୍ୱୀକାର କରିଥିଲେ ପତ୍ନୀ ଶୀଲା ଏବଂ ଝିଅ ନୀତୁ ।

ସମ୍ବନ୍ଧିତ ଖବର