ଆମେରିକାରେ ଭାରତୀୟ ଇଞ୍ଜିନୟରଙ୍କୁ ହତ୍ୟା ଘଟଣା: ଦୋଷୀକୁ ଆଜୀବନ ଜେଲ

ଓ୍ଵାସିଂଟନ: ଗତବର୍ଷ ଆମେରିକାରେ ଭାରତୀୟ ଇଞ୍ଜିନିୟର ଶୀନିବାସ କୁଚିଭୋଟଲା(୩୩)ଙ୍କୁ ହତ୍ୟା କରାଯିବା ଘଟଣାରେ ଆଜି କାନସାସ୍‌ କୋର୍ଟ ଆମେରିକାର ପୂର୍ବତନ ନୌସେନା ଅଧିକାରୀ ଆଦାମ ପୁରିଣ୍ଟନ(୫୨)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜି ଅଦାଲତରେ ଏହି ମାମଲାର ଶୁଣାଣି ବେଳେ ପୁରିଣ୍ଟନ ତାଙ୍କ ଦୋଷ ସ୍ୱୀକାର କରିଥିଲେ। ତେବେ ଉକ୍ତ ଦିନ ପୁରିଣ୍ଟନ ଶ୍ରୀନିବାସଙ୍କୁ ହତ୍ୟ କରିବା ସହ ଅନ୍ୟ ୨ ଜଣଙ୍କୁ ମଧ୍ୟ ହତ୍ୟା କରିବା ଯୋଜନା କରିଥିବା କଥା ସ୍ୱୀକାର କରିଥିଲେ। ଏହା ପୂର୍ବରୁ ଗତବର୍ଷ ନଭେମ୍ବରରେ ଏହି ମାମଲାର ଶୁଣାଣି ବେଳେ ପୁରିଣ୍ଟନ ନିଜକୁ ନିର୍ଦ୍ଦୋଷ ବୋଲି ଯୁକ୍ତି କରିଥିଲେ।

ସମ୍ବନ୍ଧିତ ଖବର