କାର୍ବନ୍‌ ମନୋଅକ୍ସାଇଡ୍‌ ଭରା ଯୋଗ ବଲ୍‌ ଦ୍ୱାରା ପତ୍ନୀ ଓ ଝିଅକୁ ହତ୍ୟା କରିଥିବା ହଂକଂର ନିଶ୍ଚେତକ ଡାକ୍ତର

ହଂକଂ: କାର୍ବନ୍‌ ମନୋଅକ୍ସାଇଡ୍‌ ଭରା ଯୋଗ ବଲ୍‌ ଦ୍ୱାରା ହଂକଂର ଜଣେ ନିଶ୍ଚେତକ ଡାକ୍ତର ନିଜ ପତ୍ନୀ ଓ ଝିଅକୁ ହତ୍ୟା କରିଥିବା କଥା ହଂକଂର ଏକ ଅଦାଲତ ରାୟ ଶୁଣାଇବା ସମୟରେ କହିଛନ୍ତି।

ହାଇକୋର୍ଟଙ୍କୁ ପ୍ରୋଜେକ୍ୟୁଟର୍‌ କହିଥିଲେ, ଖ’ କିମ୍‌-ସନ୍‌ କାର୍ବନ୍‌ ମନୋକ୍ସାଇଡ୍‌ ପୂର୍ଣ୍ଣ ବଲ୍‌ଟିକୁ କାର୍‌ ଡିକ୍କିରେ ରଖିଥିଲେ। ସେଠାରୁ ବାସ୍ପ ଲିକ୍‌ କରି ସେମାନଙ୍କର ମୃତ୍ୟୁର ଘଟିଥିଲା।

୨୦୧୫ ମସିହାରେ ରାସ୍ତାକଡ଼ରେ ଲକ୍‌ ହୋଇଥିବା ଗୋଟିଏ ହଳଦିଆ ରଙ୍ଗର ମିନି କୁପର୍‌ କାର୍‌ ମଧ୍ୟରୁ ଡାକ୍ତରଙ୍କର ୧୬ ବର୍ଷୀୟ ଝିଅ ଓ ପତ୍ନୀଙ୍କର ଶବ ଦେଖି ପ୍ରଥମେ ପୁଲିସ ଆବାକାବା ହୋଇ ଯାଇଥିଲା।

ଖ’ କାମ କରୁଥିବା ଡାକ୍ତରଖାନାରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରମାଣପତ୍ର ଦିଆଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଦୁହେଁ କାର୍ବନ୍‌ ମନୋଅକ୍ସାଇଡ୍‌ ବାସ୍ପ ଆଘ୍ରାଣ କରି ମୃତ୍ୟୁ ବରଣ କରିଛନ୍ତି।

କାର୍‌ ପଛରୁ ପୁଲିସ ଗୋଟାଏ ହାଓ୍ଵା ନ ଥିବା ଯୋଗ ବଲ୍‌ ପାଇଥିଲା।

ଦୁହିଁଙ୍କ ହତ୍ୟାରେ ଖ’ ସମ୍ପୃକ୍ତ ନୁହନ୍ତି ବୋଲି ନିବେଦନ କରିଥିଲେ।

ବୁଧବାର ଦିନ ପ୍ରୋଜେକ୍ୟୁଟର୍‌ କହିଛନ୍ତି ଯେ, ୫୩ ବର୍ଷିୟ ମାଲେସୀୟ ନାଗରିକ ଖ’ ଜଣେ ଛାତ୍ରୀଙ୍କୁ ପ୍ରେମ କରୁଥିଲେ। ପତ୍ନୀ କିନ୍ତୁ, ତାଙ୍କୁ ଛାଡ଼ପତ୍ର ଦେଉ ନ ଥିଲେ।

ତେଣୁ ସେ ପତ୍ନୀଙ୍କୁ ହତ୍ୟା କରିବାକୁ ଗୋଟାଏ ଷଡ଼ଯନ୍ତ୍ର କରିଥିବା କଥା ଅଭିଯୋଗ ଉଠିଥିଲା ବୋଲି ସାଉଥ୍‌ ଚୀନା ମର୍ଣ୍ଣିଂ ପୋଷ୍ଟ୍‍ରେ ଖବର ବାହାରି ଥିଲା।

ପ୍ରୋଜେକ୍ୟୁଟର୍‌ କହିଛନ୍ତି: ଯାହା ଜଣାପଡୁଥିଲା, ଖ’ ସମ୍ଭବତଃ ନିଜ ଝିଅକୁ ମାରିବାକୁ ଚାହୁଁ ନ ଥିଲେ।

ଅଦାଲତ ରାୟରେ ଶୁଣାଇଛନ୍ତି ଯେ ପୁଲିସ ଖ’ଙ୍କୁ ପଚରା ଉଚୁରା କରିବା ବେଳେ ସେ କହିଥିଲେ ସାନ ଝିଅକୁ ସେ ଘରେ ରହି ହୋମ୍‌ଓ୍ଵାର୍କ ସାରିବାକୁ ଜିଗର କରୁଥିଲେ।

ସେ ଆସୋସିଏଟ୍‌ ପ୍ରଫେସର୍‌ ଥିବା ଚାଇନିଜ୍‌ ୟୁନିଭର୍ସିଟିରେ ଦୁଇଟି ବଲ୍‌ରେ କାର୍ବନ୍‌ ମନୋଅକ୍ସାଇଡ୍‌ ଭରୁଥିବା କଥା ଅନ୍ୟମାନେ ଦେଖିଥିଲେ।
ଠେକୁଆଙ୍କ ଉପରେ ସେ ଏହି ବାସ୍ପ ପ୍ରୟୋଗ କରିବାକୁ ଚାହାଁନ୍ତି ବୋଲି ସହକର୍ମୀମାନଙ୍କୁ ସେ କହିଥିଲେ। ପୁଣି ପରେ ପୁଲିସକୁ କହିଥିଲେ କି, ଘରେ ମୂଷାଙ୍କ ଉତ୍ପାତରୁ ରକ୍ଷା ପାଇବାକୁ ସେ ଏହି ବାସ୍ପ ନେଇଥିଲେ।

ଏ ମାମଲାର ଆଜି ମଧ୍ୟ ବିଚାର ଚାଲୁ ରହିଛି।

ସମ୍ବନ୍ଧିତ ଖବର