ବ୍ୟାଙ୍କରୁ ୨କେଜି ସୁନା ଓ ୨୫ଲକ୍ଷ ଟଙ୍କା ଚୋରି କରି ନେଇଗଲେ ଏସ୍‌ବିଆଇ କ୍ୟାସିୟର

ହାଇଦ୍ରାବାଦ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କର୍ମଚାରୀ ବ୍ୟାଙ୍କରୁ ୨କେଜି ସୁନା ଓ ୨୫ଲକ୍ଷ ଟଙ୍କା ଚୋରି କରିବାର ଏକ ମାମଲା ସାମ୍ନାକୁ ଆସିଛି । ବ୍ୟାଙ୍କର କ୍ୟାସିୟର ଏଭଳି ଅପରାଧ କରିଥିବା ବେଳେ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଚୋରି ହୋଇଥିବା ଜିନିଷ ସବୁ ଜବତ କରି ନେଇଛି । ଘଟଣାଟି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଘଟିଥିବା ଜଣା ପଡ଼ିଛି ।

Sakshi Post

ପୁଲିସ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ଜି ଶ୍ରୀନିବାସ ରାଓ କିଛି ଦିନ ତଳେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପରିତଲା ଶାଖାକୁ ବଦଳି ହୋଇ ଆସିଥିଲେ । ବଦଳି ହୋଇ ଆସିବାର କିଛି ଦିନ ମଧ୍ୟରେ ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ହେବାରୁ ସେ ସୁନା ଏବଂ ଟଙ୍କା ରଖା ଯାଇଥିବା ଲକରର ସବୁ ଚାବି ଶ୍ରୀନିବାସଙ୍କୁ ଦେଇ ଯାଇଥିଲେ । କିଛି ସପ୍ତାହ ପରେ ନୂଆ ମ୍ୟାନେଜର ଆସି ଯୋଗ ଦେବା ପରେ ଲକରରେ କିଛି ଟଙ୍କା ଏବଂ ସୁନା ନଥିବା ଦେଖି ମେ’ ୨୮ରେ ପୁଲିସରେ ଅଭିଯୋଗ କରିଥିଲେ । ତଦନ୍ତ କରାଯିବା ପରେ ଶ୍ରୀନିବାସ ଏଭଳି ଅପରାଧ କରିଥିବା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର