ବିବାହ ପ୍ରସ୍ତାବକୁ ଏଡ଼ାଇ ଦେବାରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ

ବିଜୟଓ୍ଵାଡ଼ା : ଆନ୍ଧ୍ରପ୍ରଦେଶର କୁର୍‌ନୁଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ୩୦ ବର୍ଷୀୟ ଶିକ୍ଷକଙ୍କ ବିବାହ ପ୍ରସ୍ତାବକୁ ଗ୍ରହଣ ନ କରିବା ୧୪ ବର୍ଷୀୟା ଛାତ୍ରୀଙ୍କୁ ଭାରୀ ପଡ଼ିଛି । ବିବାହ କରିବା ପାଇଁ ମନା କରିବାରୁ ଅଭିଯୁକ୍ତ ଶିକ୍ଷକ ରାଗରେ ପୀଡ଼ିତାଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତ ଶିକ୍ଷକଙ୍କୁ ମାଡ଼ ମାରିବା ସହ ପୁଲିସ ଜିମା ଦେଇଥିଲେ । ପୁଲିସ ପୀଡ଼ିତା ଏବଂ ଅଭିଯୁକ୍ତଙ୍କୁୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସୁଧୁରିଥିବା ଖବର ମିଳିଛି ।

The Live Mirror

ସୂଚନା ମୁତାବକ, ରକ୍‌ଉଡ଼୍‍ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ନିଯୁକ୍ତ ପାଇଥିବା ଶଙ୍କର ବର୍ଷେ ପୂର୍ବରୁ ପୀଡ଼ିତାଙ୍କ ଉପରେ ନଜର ରଖି ଆସୁଥିଲେ । ବିବାହ ପାଇଁ ସେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ଆସୁଥିଲେ । କିନ୍ତୁ ପୀଡ଼ିତା ନାବାଳିକା ଥିବାରୁ ପରିବାର ଲୋକେ ବିବାହ ପାଇଁ ମନା କରି ଦେଇଥିଲେ । ଘଟଣା ଦିନ ସକାଳ ୯ଟା ସମୟରେ ପୀଡ଼ିତାଙ୍କ ମାତା-ପିତା ଘରେ ନଥିବା ସମୟରେ ଶଙ୍କର ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ଗଳା କାଟି ଦେଇଥିଲେ । ପୀଡ଼ିତା ସାହାଯ୍ୟ ପାଇଁ ଜୋରରେ ପାଟି କରିବା ପରେ ଶଙ୍କର ନିଜର ମଧ୍ୟ ଗଳା କାଟି ଦେଇଥିଲେ । ପୀଡ଼ିତାଙ୍କ ପାଟି ଶୁଣି ପଡ଼ୋଶୀ ଘର ଭିତରକୁ ଯାଇ ଶଙ୍କରକୁ ମାଡ଼ ମାରିବା ସହ ପୁଲିସ ଜିମା ଦେଇଥିଲେ । ପରେ ପୁଲିସ ଦୁହିଁଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ସମ୍ବନ୍ଧିତ ଖବର