ନିଜ ପ୍ରଯୋଜକ ପତିଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଏହି ଗୀତିକାରଙ୍କୁ ପରାମର୍ଶ ଦେଇଥିଲେ ପତ୍ନୀ

ନୂଆଦିଲ୍ଲୀ: ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ ମାମଲା ଥମିବା ନାଁ ଧରୁନାହିଁ। ଶ୍ରୀରେଡ୍ଡି ଆଣିଥିବା କାଷ୍ଟିଂ କାଉଚ୍‌ ମାମଲା ଚାରିଆଡ଼େ ଚର୍ଚ୍ଚା ପାଲଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୀତିକାର ଆଣିଥିବା ଅଭିଯୋଗ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୀତିକାର ଶ୍ରେଷ୍ଠା ଯେଉଁ ଖୁଲାସା କରିଛନ୍ତି ତାହା ଏବେ ସଭିଙ୍କୁ ଚକିତ କରିଛି। ନିକଟରେ ଏକ ସାକ୍ଷାତ୍‌କାର୍‌ରେ ଶ୍ରେଷ୍ଠା ତେଲ୍‌ଗୁ ଇଣ୍ଡଷ୍ଟ୍ରି ସଂପର୍କରେ ଆଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।

ସେ କହିଛନ୍ତି କି ‘ମୁଁ ମୋ କ୍ୟାରିୟର୍‌କୁ କିଛି ଦିନ ପାଇଁ ଏଥି ଯେଗୁଁ ସ୍ଥଗିତ ରଖିଥିଲି ଯେ ମୋର କିଛି ଖରାପ ଅଭିଜ୍ଞତା ଥିଲା। ଅନେକ ଲୋକ ମୋତେ ଖୋଲା ଖୋଲି ଭାବେ ସାଲିସ୍‌ କରିବାକୁ କହିଥିଲେ। ଫଳରେ ମୁଁ ମୋ ଲେଖାକୁ ନେଇ ଇଣ୍ଡଷ୍ଟ୍ରିରେ ବେଶି ଦିନ ରହିପାରିଲି ନାହିଁ। ମୁଁ ଅନୁଭବ କରିଛି ଯେ କେବଳ ପୁରୁଷ ନୁହଁନ୍ତି, କେତେକ ନାରୀ ବି ଏପରି ମାମଲାରେ ସଂପୃକ୍ତ ଥାଆନ୍ତି।’

ଗୀତିକାର ଶ୍ରେଷ୍ଠା ଆହୁରି ବି କହିଛନ୍ତି ଯେ ଜଣେ ପ୍ରଯୋଜକଙ୍କ ପତ୍ନୀ ଶ୍ରେଷ୍ଠାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ଏକ ଘଟଣାକୁ ମନେ ପକାଇ ସେ କହିଛନ୍ତି ଯେ ଥରେ ଜଣେ ମହିଳା ନିର୍ଦ୍ଦେଶକ ତାଙ୍କୁ କହିଥିଲେ କି ତାଙ୍କ ପାଇଁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଗୋଆରେ ଏକ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରୁଛନ୍ତି। ଶ୍ରେଷ୍ଠା ନ ଯିବାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଫୋନ୍‌ କରି ଗାଳି ବି ଦେଇଥିଲେ ବୋଲି ସେ ଗଣମାଧ୍ୟମରେ ଜଣାଇଛନ୍ତି।

ଶ୍ରେଷ୍ଠା ହେଉଛନ୍ତି ଟଲିଉଡ୍‌ର ଜଣେ ଜଣାଶୁଣା ଗୀତିକାର। ସେ ‘ମଧୁରମ୍‌ ମଧୁରମ୍‌’, ‘ୟୁଧମ୍‌ ଶରଣାମ୍‌’, ‘ପେଲି ଚୋପୁଲୁ’ ‘ଅର୍ଜୁନ ରେଡ୍ଡି’ ଆଦି ଚଳଚ୍ଚିତ୍ର ପାଇଁ ଗୀତ ଲେଖି ବହୁ ପରିଚାତା ହୋଇଛନ୍ତି।

ସମ୍ବନ୍ଧିତ ଖବର