ଝିଅର ବାପ ବାହାଘର ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଆର୍ମି ଯବାନ

ହାଇଦ୍ରାବାଦ: ଝିଅର ବାପାମାଆ ବାହାଘର ପ୍ରସ୍ତାବ ଅଗ୍ରାହ୍ୟ କରି ଦେବାରୁ ବିଷାଦଗ୍ରସ୍ତ ହୋଇ ସେନାର ଜଣେ ଯବାନ ମଙ୍ଗଳବାର ଦିନ ତେଲେଙ୍ଗାନା ଅନ୍ତର୍ଗତ ଗାଡ଼ଓ୍ଵାଲ୍‌ ସହରରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହିଛି।

ପ୍ରତ୍ୟୁଷରେ ରେଳବାଇ ପୁଲିସ ୨୫ ବର୍ଷିୟ ଯବାନ୍‌ ବିନୋଦ କୁମାରଙ୍କର ଶବ ପାଇଥିଲା।

ବାହା ହେବା ପାଇଁ ଛୁଟି ନେଇ ୧୦ ଦିନ ତଳୁ ବିନୋଦ ଜୋଗୁ ଲାମ୍ବା ଗାଡ଼ଓ୍ଵାଲ୍‌ ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁଆ ରେବୁଲାପଲ୍ଲୀକୁ ଆସିଥିଲେ।
ପୁଲିସ କହିବାନୁଯାୟୀ, ସେ ଓ ତାଙ୍କ ବାପା ଚିନ୍ନା ହନୁମନ୍ତୁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଝିଅଟିକୁ ଦେଖିବାକୁ ଯାଇଥିଲେ। କିନ୍ତୁ, ବିନୋଦ ଝିଅର ବାପାଙ୍କର ପସନ୍ଦ ନ ହେବାରୁ ସେ ଏ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ।

ଯବାନଙ୍କର ବାପା ତାଙ୍କୁ କହିଲେ ଯେ ସେମାନେ ଆଉ ଏକ ପ୍ରସ୍ତାବ ଦେଖିବେ। ଯବାନ୍‌ କିନ୍ତୁ, ସେଇ ଝିଅଟିକୁ ବାହା ହେବାକୁ ଚାହୁଁଥିଲେ। ଫଳରେ ବାପ-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ବିବାହ ପ୍ରସ୍ତାବ ଅଗ୍ରାହ୍ୟ ହୋଇଥିବାରୁ ବିନୋଦ ବିଷାଦଗ୍ରସ୍ତ ହୋଇ ଚରମ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର