ସେନା ମେଜରଙ୍କ ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗରେ ଅନ୍ୟ ଜଣେ ମେଜର୍‌ଙ୍କୁ ଜେରା କଲା ପୁଲିସ୍‌

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଜଣେ ସେନା ମେଜରଙ୍କ ପତ୍ନୀଙ୍କୁ ଗତକାଲି ହତ୍ୟା କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ମିରୁତଠାରେ ଅନ୍ୟ ଜଣେ ଭାରତୀୟ ସେନା ମେଜର୍‌ଙ୍କୁ ପୁଲିସ୍‌ ଗିରଫ କରି ହେପାଜତରେ ନେଇଛି। ଏହି ମାମଲାର ତଦନ୍ତ କରୁଥିବା ଅଧିକାର ଜଣାଇଛନ୍ତି ଯେ ଅଭିଯୁକ୍ତଙ୍କୁ ହେପାଜତରେ ନିଆଯାଇ ପଚରାଉଚରା କରାଯାଉଛି।

ଉଲ୍ଲେଖଯୋଗ୍ୟ, ସେନା ମେଜର୍‌ଙ୍କ ପତ୍ନୀଙ୍କ ମୃତଦେହ ଗତକାଲି ଦିଲ୍ଲୀ କ୍ୟାନ୍‌ଣ୍ଟୋନ୍‌ମେଣ୍ଟ୍‌ ଅଞ୍ଚଳର ବ୍ରାର୍‌ ଛକ ନିକଟରୁ ଲହୁଲୁହାଣ ଅବସ୍ଥାରେ ମିଳିଥିଲା। ଦେଖିବାକୁ ମିଳିଥିଲା ଯେ ମହିଳାଙ୍କ ବେକରେ ଛୁରୀରେ କଟାଯାଇ ହତ୍ୟା କରାଯାଇଛି। ମୃତକ ଜଣକ ହେଉଛନ୍ତି ଶୈଳଜା।ସେ ଗତକାଲି ପୂର୍ବାହ୍ନ ୧୦ଟାରେ ହସ୍ପିଟାଲକୁ ଫିଜିଓଥେରାପି ପାଇଁ ସ୍ୱାମୀଙ୍କ ଅଫିସ୍‌ ଗାଡ଼ିରେ ଯାଇଥିଲେ। ମାତ୍ର ଅପରାହ୍ନ ୧.୩୦ ସମୟରେ କ୍ୟାନ୍‌ଣ୍ଟୋନ୍‌ମେଣ୍ଟ ରୋଡରୁ ତାଙ୍କ ମୃତ ଦେହ ମିଳିଥିଲା।

ପ୍ରାଥମିକ ସ୍ଥରରେ ପୁଲିସ୍‌ ସୂଚନା ଦେଇଥିଲା ଯେ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ଘଟିଛି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ବେକରେ କଟା ଚିହ୍ନ ରହିଥିବା ଦେଖିବା ପରେ ଏପରି ଏକ କଡ଼ା ସୁରକ୍ଷା ଭିତରେ ରହୁଥିବା ଅଞ୍ଚଳରେ ହତ୍ୟା କାଣ୍ଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସନ୍ଦେହ କରାଯାଉଛି ଯେ ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତ ବେକ କାଟି ହତ୍ୟା କରିବା ପରେ ତାଙ୍କ ମୁହଁ ଉପରେ କାର୍‌ ଚଳାଇଛନ୍ତି ବୋଲି ପୁଲିସ୍‌ ସୂଚନା ପ୍ରଦାନ କରିଛି। ପ୍ରକୃତ ଅବରାଧୀକୁ ଧରିବା ପାଇଁ ପୁଲିସ୍‌ ୨ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି।

ସମ୍ବନ୍ଧିତ ଖବର