ଟ୍ରେନ୍ରେ ସେନା କର୍ମଚାରୀଙ୍କ ଦ୍ୱାରା ଝିଅ ଅସଦାଚରଣର ଶିକାର ହେଉଥିବା ଜାଣି ପିତା କଲେ ଟୁଇଟ, ରେଳବାଇ ପୁଲିସର ତୁରନ୍ତ ମିଳିଲା ସାହାଯ୍ୟ
ଆଗ୍ରା: ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ ପୁଲିସର ଏକ କାର୍ଯ୍ୟ ଏବେ ଚର୍ଚ୍ଚାର ପରିସରରେ ରହିଛି। ଟୁଇଟର ଜରିଆରେ ଜଣେ ପିତା ଟ୍ରେନ୍ରେ ନିଜ ଝିଅ ସହିତ ଅସଦାଚରଣ ହେଉଛି ବୋଲି ଜଣାଇଥିଲେ। ଏହାପରେ ରେଲେଓ୍ଵ ପୁଲିସ ଆଗ୍ରାରେ ଅଭିଯୁକ୍ତକୁ ଗିରଫ କରି ନେଇଥିଲା। ଏହି ଅଭିଯୁକ୍ତ ସେନାରେ ଥିବା ଜଣାପଡ଼ିଛି। ଯାହା ବିରୋଧରେ ପକସୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନାମ ନେଖଲାକ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ନବୟୁଗ ଏକ୍ସପ୍ରେସ୍ରେ ଏଭଳି ଏକ ଘଟଣା ଘଟିଛି। ଟ୍ରେନ୍ ବଗି ଭିତରେ ବସିଥିବା ଜଣେ ସେନା କର୍ମଚାରୀଙ୍କ ନୀରିହ ଶିଶୁ ସହିତ ଅସଦାଚଣ କରିଥିଲା। ଏହାପରେ ଶିଶୁର ପିତା ଜିଆରପିକୁ ଟ୍ୟାଗ କରି ଏହି ଘଟଣା ବିଷୟରେ ଅଭିଯୋଗ କରି ଟୁଇଟରରେ ଲେଖିଥିଲେ। ଟୁଇଟ କରିବାର କିଛି ସମୟ ପରେ ଜିଆରପି ସଙ୍ଗେସଙ୍ଗେ ତତ୍ପରତା ସହ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତକୁ ଟ୍ରେନ୍ରୁ ହିଁ ଗିରଫ କରି ନେଇଥିଲା।