ନାବାଳିକାଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା, ପୁରୁଷୋତ୍ତମ ବସ୍ତିର ଗଗନ ପାତ୍ର (୨୮)। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ଗଗନ ସେହି ବସ୍ତିର ଜଣେ ନାବାଳିକାଙ୍କୁ ଏକତରଫା ଭଲ ପାଉଥିଲା। ବିଭିନ୍ନ ସମୟରେ ନାବାଳିକାଙ୍କୁ ପିଛା କରି ହଇରାଣ ହରକତ କରୁଥିଲା। ଗତ କିଛି ଦିନ ତଳେ ସେ ନାବାଳିକାଙ୍କୁ ପ୍ରେମ ନିବେଦନ କରିବାରୁ ନାବାଳିକାଜଣଙ୍କ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ଗଗନ ରାଗି ଯାଇ ପ୍ରତିଶୋଧ ନେବାକୁ ସୁଯୋଗ ଉଣ୍ଡୁଥିଲା। ସୋମବାର ସନ୍ଧ୍ୟାରେ ନାବାଳିକାଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଗଗନ ତାଙ୍କ ଘରେ ପଶି ଅସଦାଚରଣ କରିଥିଲା। ନାବାଳିକାଜଣଙ୍କ  ପାଟି କରିବାରୁ ଗଗନ ସେଠାରୁ ପଳାଇଥିଲା। ଏ ସଂପର୍କରେ ନାବାଳିକାଜଣଙ୍କ ପରିବା

ସମ୍ବନ୍ଧିତ ଖବର