ଭୁବନେଶ୍ୱରରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ନିର୍ମଳ ଗ୍ରୁପ୍‌ ଅଫ୍‌ କମ୍ପାନି ଠକେଇ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ଚିଟଫଣ୍ଡ୍‌ ସଂସ୍ଥା ନିର୍ମଳ ଗ୍ରୁପ୍‌ ଅଫ କମ୍ପାନି ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ସିବିଆଇ ଭୁବନେଶ୍ୱରରୁ ଗିରଫ କରିଛି। ତାଙ୍କ ନାଁ ପ୍ରବଳ ପ୍ରତାପ ସିଂହ। ନିଜ ଘର ବିହାରରେ। ତାଙ୍କ ବିରୋଧରେ ସାରା ଦେଶରେ ୪୩୩ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ରେ ସଂସ୍ଥା ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ଓଡ଼ିଶାରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଜମାକାରୀଙ୍କୁ ଅଧିକ ସୁଧ ଦେବା ଲୋଭ ଦେଖାଇ ସଂସ୍ଥା ପାଖାପାଖି ୪୩୩ କୋଟି ଟଙ୍କାର ଠକେଇ କରିଥିଲା। ସଂସ୍ଥା ପକ୍ଷରୁ ଓଡ଼ିଶାରେ ୧୦୦ କୋଟିର ଠକେଇ କରାଯାଇଥିବା ଅନୁମାନ କରାଯାଇଛି। ତେବେ ଏ ସମ୍ପର୍କରେ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର