ଆରୁଷୀ ହତ୍ୟାକାଣ୍ଡ: ରାଜେଶ ଏବଂ ନୂପୁର ତଲଓ୍ଵାର ନିର୍ଦ୍ଦୋଷରେ ଖଲାସ୍‌

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ଗୁରୁବାର ଆରୁଷୀ ତଲଓ୍ଵାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜେଶ ତଲଓ୍ଵାର ଏବଂ ନୂପୁର ତଲଓ୍ଵାରଙ୍କୁ ନିର୍ଦୋଷ ଘୋଷଣା କରିଛନ୍ତି। ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିବିଆଇ ଉପଯୁକ୍ତ ପ୍ରମାଣ ଯୋଗାଇ ପାରିନଥିବାରୁ ସେମାନଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି ବୋଲି କୋର୍ଟ କହିଛନ୍ତି। ମାମଲାର ତଦନ୍ତ ପ୍ରକ୍ରିୟାରେ ତୃଟି ରହିଛି ବୋଲି ଅଦାଲତ ତାଙ୍କ ରାୟରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୮ ମସିହାରେ ନୋଏଡ଼ାସ୍ଥିତ ତାଙ୍କ ବାସଭବନରେ ଆରୁଷୀ ତଲଓ୍ଵାରଙ୍କୁ ହତ୍ୟା କରାଯାଇଥିଲା । ଆରୁଷୀଙ୍କ ହତ୍ୟା ହେବା ପରେ ପୁଲିସ୍‌ ପ୍ରଥମେ ତାଙ୍କ ଘରର ଚାକର ହେମରାଜଙ୍କୁ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରୁଥିଲା। ମାତ୍ର ୨ ଦିନ ମଧ୍ୟରେ ଆରୁଷୀଙ୍କ ଘରୁ ହିଁ ହେମରାଜଙ୍କ ମୃତ ଦେହ ମିଳିଥିଲା। ଫଳରେ ପୁଲିସର ସନ୍ଦେହ ବଢ଼ି ଯାଇଥିଲା। ଆରୁଷୀଙ୍କ ହତ୍ୟା ତାଙ୍କ ବାପାମାଆ ରାଜେଶ ତଲଓ୍ଵାର ଏବଂ ନୂପୁର ତଲଓ୍ଵାର କରିଥିବା ସନ୍ଦେହ କରି ପୁଲିସ୍‌ ତଦନ୍ତ ଚଳାଇଥିଲା। ୨୦୧୩ ମସିହାରେ ତଲଓ୍ଵାର ଦମ୍ପତିଙ୍କୁ ଜେଲ୍‌୍‌ ଦଣ୍ଡାଦେଶ ହୋଇଥିଲା। ମାତ୍ର ଏହି ରାୟ ବିରୋଧରେ ଦମ୍ପତି ଅପିଲ୍‌ କରିଥିଲେ। ଆଜି ଆଲ୍ଲହାବାଦ ହାଇକୋର୍ଟ ସେ ଦୁହିଁଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

 

ସମ୍ବନ୍ଧିତ ଖବର