ଭାଇରାଲ୍‌ ହେଲା ଜେଲ୍‌ ମଧ୍ୟରେ ଥିବା ଆଶାରାମଙ୍କ ଅଡିଓ କ୍ଲିପ୍‌, ତାଙ୍କର ଫୋନ୍‌ ବାର୍ତ୍ତାଳାପ ଶୁଣିଲେ ଆପଣ ଚକିତ ହୋଇଯିବେ

ଯୋଧପୁର: କୁହାଯାଉଛି ଯେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇଥିବା ଆତ୍ମଘୋଷିତ ସାଧୁ ଆଶାରାମଜୀ ବାପୁଙ୍କର ଏକ ଅଡିଓ କ୍ଲିପ୍‌ ଭାଇରାଲ୍‌ ହୋଇଛି। ଯୋଧପୁର ଜେଲ୍‌ରେ ଦଣ୍ଡ ଭୋଗୁଥିବା ଆଶାରାମଙ୍କର ଫୋନ୍‌ରେ କଥା ହେଉଥିବା ବେଳର ଏକ ଅଡିଓ କ୍ଲିପ୍‌ ଶୁଣିବାକୁ ମିଳିଛି। ସେଥିରେ ସେ କହୁଛନ୍ତ କି ‘ଜେଲ୍‌ରେ ରହିବା ଦିନ ମୋର ସରି ସରି ଆସୁଛି। ଭଲ ଦିନ ଆସିବ। ବାପୁ ପୁଣି ବାହାରକୁ ବାହାରିବେ।’

ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ର ଡାଆଇଜି ବିକ୍ରମ ସିଂହଙ୍କ କହିବା ମୁତାବକ, ‘୧୫ ମିନିଟ୍‌ର ଫୋନରେ କଥା ହେଉଥିବା ବେଳର ରେକର୍ଡିଂ କ୍ଲିପ୍‌ଟି ହୁଏତ ଶୁକ୍ରବାରର। ୫ ବର୍ଷ ତଳେ ନିଜ ଆଶ୍ରମ ମଧ୍ୟରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାର ଠିକ୍‌ ଦୁଇ ଦିନ ପୂର୍ବରୁ। ଜେଲ୍‌ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଆଶାରାମଙ୍କୁ ଉକ୍ତ କଲ୍‌ କରିବାର ସୁଯୋଗ ଦିଆଯାଇଥିଲା। ନିୟମ ଅନୁସାରେ ଜେଲ୍‌ ରହୁଥିବା କଏଦୀମାନଙ୍କୁ ସବୁଦାୟ ୮୦ ମିନିଟ୍‌ର ୨ଟି କଲ୍‌ କରିବାର ସୁଯୋଗ ଦିଆଯାଇଥାଏ। ଆଶାରାମ ଶୁକ୍ରବାର ପ୍ରାୟ ସଂଧ୍ୟା ୬.୩୦ରେ ଆଶ୍ରମର ସାବରମୋତି ଆଶ୍ରମର ଜଣେ ସାଧକଙ୍କୁ ଫୋନ୍‌ କରିଥିଲେ। ହୁଏତ ସେହି ସମୟର ରେକର୍ଡିଂ କ୍ଲିପ୍‌ ଭାଇରାଲ୍‌ ହୋଇଛି।’

ଏହି ଅଡିଓ କ୍ଲିପ୍‌ରେ ଆଶାରାମ ଶାନ୍ତ ଭାବରେ କଥା ହେଉଥିବାର ଶୁଣିବାକୁ ମିଳିଛି। ଯୋଧପୁର କୋର୍ଟର ଶୁଣାଣି ଦିନ ତାଙ୍କର ସମର୍ଥକମାନଙ୍କୁ ଯୋଧପୁର ଆସି ହଙ୍ଗାମା ସୃଷ୍ଟି ନକରିବାକୁ କହିବା ସହ ସେ ଖୁବ୍‌ ଶୀଘ୍ର ମୁକୁଳିବେ ବୋଲି ପ୍ରତିଶୃତି ମଧ୍ୟ ଦେଉଛନ୍ତି। ଯେପରି ସତ୍ୟର କୌଣସି ପରଦା ସେହିପରି ଛିଡ଼ା ହେବା ପାଇଁ ମିଛର ଗୋଡ଼ା ନାହିଁ। ମିଛକୁ ଆତ୍ମସମର୍ପଣ କରିବାକୁ ହେବ। ଯଦି ନିମ୍ନ ଅଦାଲତରେ ଉପଯୁକ୍ତ ନ୍ୟାୟ ନମିଳେ ଆମେ ସର୍ବୋଚ୍ଚ ଅଦାଲତକୁ ଯିବା। ଆଦୌ ବ୍ୟସ୍ତ ହୁଅ ନାହଁ ବୋଲି କହି ଫୋନ୍‌ ରଖିଛନ୍ତି ଅଶାରାମ।

ସମ୍ବନ୍ଧିତ ଖବର