ଗୁରୁଗ୍ରାମ: ଗୁରୁଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ମୋଟରସାଇକେଲ୍କୁ ନିଜେ ଜାଳି ଦେବା ଘଟଣା ସଂପୃକ୍ତ ଅଞ୍ଚଳର ସମସ୍ତଙ୍କୁ ଚକିତ କରିଛି। ବ୍ୟକ୍ତି ଜଣକୁ ପୁଲିସ୍ ଆଟକାଇ ଗାଡ଼ିର ଦସ୍ତାବିଜ ମାଗିଥିଲା। ଦସ୍ତାବିଜ୍ ମାଗିବା ପରେ ବ୍ୟକ୍ତି ଜଣକ ତାହା ଦେବା ପରିବେର୍ତ୍ତ ଏପରି କାଣ୍ଡ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣାଟି ମଙ୍ଗଳବାର ଅପରହ୍ନରେ ଘଟିଛି। ନିୟୁ ରେଲସ୍ୱେ ରୋଡ୍ର ଡିଏସ୍ଡି କଲେଜ ନିକଟରେ ଏପରି ଘଟଣା ଘଟିଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ କେହି ଜଣେ ପ୍ରତ୍ୟେକ୍ଷଦର୍ଶୀ ଭିଡିଓ କରିବା ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସଂପୃକ୍ତ ଅଞ୍ଚଳରେ ଭୀଷଣ ପାଟିତୁଣ୍ଡ ହେଉଥିବା ଭିଡିଓଟିରେ ଦେଖିବାକୁ ମିଳିଛି। ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ ନିଜ ବାଇକ୍କୁ ପୋଡ଼ି ଦେବା ପରେ ଯୁବକ ଜଣକ ପୁଲିସ୍ ସହ କଥା ହେଉଛନ୍ତି। ଏ ସଂପର୍କରେ ଏବେ ଏକ ମାମଲା ରୁଜୁ ହୋଇ ତଦନତ ଆରମ୍ଭ ହୋଇଛି।