ଇଣ୍ଟର୍‌ନେଟ୍‌ ପରିଚୟ ମହଙ୍ଗା ପଡ଼ିଲା: ସୁଟ୍‌କେସ୍‌ରୁ ମିଳିଲା ମଡେଲଙ୍କ ମୃତଦେହ

ମୁମ୍ବାଇ: ଜଣେ ମଡେଲ୍‌ଙ୍କ ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୦ ବର୍ଷିଅ ଛାତ୍ରକୁ ସୋମବାର ଗିରଫ କରାଯାଇଛି। ପୀଡ଼ିତା ଜଣକ ହେଉଛନ୍ତି ମାନସୀ ଦିକ୍ଷିତ। ପ୍ରାଥମିତ ତଦନ୍ତରୁ ସୂଚନା ରହିଛି ଯେ ମାନସୀ ଙ୍କୁ ମୁଜ୍ଜାମିଲ୍‌ ସାୟଦ୍‌ ହତ୍ୟା କରିଛନ୍ତି। ସେ ମାନସୀଙ୍କ ଗଳା ଚିପି ତାଙ୍କ ହତ୍ୟା କରିବା ପରେ ମଲାଦଠାରେ ଏକ ସୁଟ୍‌କେସ୍‌ରେ ପୂରାଇ ଫୋପାଡ଼ି ଦେଇଥିଲେ। ସୋମବାର ସଂଧ୍ୟାରେ ପୁଲିସ୍‌ ଅଭିଯୁକ୍ତ ମୁଜ୍ଜାମିଲ୍‌ଙ୍କୁ ଗିରଫ କରିଛି।

ବନଗୁର ନଗର ପୁଲିସ୍‌ ସୂଚନା ଅନୁଯାୟୀ, ୨୦ ବର୍ଷ ବୟସ୍କ ଦିକ୍ଷିତ ରାଜସ୍ଥାନର। ସେ ଜଣେ ମଡେଲ୍‌ ହେବା ପାଇଁ ମୁମ୍ବାଇ ଆସିଥିଲେ। ପୁଲିସ୍‌ କହିବା ମୁତାବକ ଦିକ୍ଷିତଙ୍କର ସାୟଦଙ୍କ ସହ ଇଣ୍ଟରନେଟ୍‌ରେ ଚିହ୍ନା ହୋଇଥିଲା। ଏହି ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ବଢ଼ିବାରୁ ସେମାନେ ଅନ୍ଧେରୀରେ ଥିବା ସାୟଦଙ୍କ ଘରେ ସୋମବାର ଅପରାହ୍ନରେ ପରସ୍ପରଙ୍କୁ ସାକ୍ଷାତ୍‌ କରିଥିଲେ। ସେଠାରେ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ସାୟଦ ପ୍ରଥମେ ଦିକ୍ଷିତଙ୍କୁ ଏକ କଠିନ ପଦାର୍ଥରେ ଛେଚି ଦେବା ସହ ପରେ ଗଳା ଚିପି ହତ୍ୟା କରିଥିଲା। ତା’ପରେ ଅନ୍ଧେରୀରୁ ସାୟଦ ମଲାଦ ପର୍ଯ୍ୟନ୍ତ ମୃତଦେହକୁ ଏକ ସୁଟ୍‌କେସରେ ପୂରାଇ କ୍ୟାବ୍‌ ଯୋଗେ ନେଇଥିଲା। ସେହି ମୃତଦେହକୁ ବାହାରେ ଫୋପାଡ଼ି ଚାଲି ଆସିଥିଲା।

ସମ୍ବନ୍ଧିତ ଖବର