ଗୋମାଂସ ବିକ୍ରି କରୁଥିବାରୁ ଭିଡ଼ ହିଂସାର ଶିକାର ହେଲେ ସଂଖ୍ୟା ଲଘୁ ସଂପ୍ରଦାୟର ବ୍ୟକ୍ତି, ଭାଇରାଲ୍‌ ହେଲା ଭିଡିଓ

ଗୌହ୍ଵାଟୀ: ଆସାମର ବିଶ୍ୱନାଥ ଚାରିଆଲ୍ଳି ଅଞ୍ଚଳରେ ସୌକତ ଅଲ୍ଲୀ ନାମକ ୬୮ ବର୍ଷିଅ ସଂଖ୍ୟା ଲଘୁ ସଂପ୍ରଦାୟର ବ୍ୟକ୍ତି ଭିଡ଼ ହିଂସାର ଶିକାର ହୋଇଛନ୍ତି। ସୌକତ ଅଲ୍ଳୀ ଗୋମାଂସ ବିକ୍ରି କରୁଥିବା ହେତୁ ତାଙ୍କୁ ଏପ୍ରିଲ୍‌ ୭ ତାରିଖରେ ସ୍ଥାନୀୟ ଲୋକେ ମାରଧର କରିଥିବା ଜାଣିବାକୁ ମିଳିଛି। ସ୍ଥାନୀୟ ଲୋକ ତାଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କୁ ବଳପୂର୍ବକ ଘୁଷୁରି ମାଂସ ଖାଇବା ପାଇଁ ବାଧ୍ୟ କରୁଥିବାର ବି ସୂଚନା ରହିଛି। ସୌକତଙ୍କୁ କିଛି ଲୋକ ଘେରି ଯାଇ ମାରଧର କରିବା ସହ କାଦୁଅରେ ବସାଇ ଜେରା କରୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଏହି ଭିଡ଼ ହିଂସାର ଶିକାର ହୋଇ ସୌକତ ଅଲ୍ଲୀ ଏବେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

 

ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଲୋକମାନେ ଉକ୍ତି ଗୋମାଂସ ବିକାଳିଙ୍କୁ ଗୋମାଂସ ବିକ୍ରି ନେଇ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ସେ କାହିଁକି ବିକୁଥିଲେ ଓ ତାଙ୍କ ପାଖରେ ଲାଇସେନ୍ସ ଅଛି କି ବୋଲି ଲୋକେ ପ୍ରଶ୍ନ କରୁଥିବାର ଶୁଣିବାକୁ ମିଳିଛି।

 

ପୁଲିସ୍‌ ସୂଚନା ମୁତାବକ, ସୌକତ ଅଲ୍ଲୀ ଜଣେ ବ୍ୟବସାୟୀ। ସେ ଗତ ୩୫ ବର୍ଷ ହେବ ବେଙ୍ଗାଲୁରରେ ଏକ ଭୋଜନାଳୟ ଚଳାଇ ଆସୁଛନ୍ତି। ସେ ସାପ୍ତାହିକ ବଜାରରେ ଗୋମାଂସ ବିକୁଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର