ଦୁଷ୍କର୍ମ ଉଦ୍ୟମ କରିବାରୁ ବାପାକୁ ହତ୍ୟା କରି ଜାଳି ଦେଲା ଝିଅ

0 592

ଗୌହ୍ଵାଟି : ଆସାମର ବିଶ୍ୱନାଥ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଝିଅ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିବାରୁ ବାପାକୁ ହତ୍ୟା କରିଛି ଝିଅ । ଏହା ସହ ମୃତ ଶରୀରକୁ ଘରର ପଛ ପଟେ ଏକ ୧୫ଫୁଟ୍‌ ଗଭୀର ଗାତ ଖୋଳି ଜାଳି ଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାଟି ମେ ୭ରେ ଘଟିଥିବା ବେଳେ ହତ୍ୟା ଅଭିଯୋଗରେ ପୁଲିସ ପୀଡ଼ିତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Timesofap.com

ସୂଚନା ମୁତାବକ, ମେ ୩ ତାରିଖ ରାତି ୧୧ଟା ସମୟରେ ପୀଡ଼ିତାଙ୍କ ବାପା  ଦୁଷ୍କର୍ମର ଉଦ୍ୟମ କରିଥିଲେ । ପୀଡ଼ିତା ଜଣଙ୍କ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ଏକ କୁରାଢ଼ି ବାହାର କରି ପୀଡ଼ିତାଙ୍କ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୀଡ଼ିତା ତାଙ୍କ ବାପାଙ୍କ ହାତରୁ କୁରାଢ଼ି ଛଡ଼ାଇ ଆଣି ତାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅଭିଯୁକ୍ତ ଜଣଙ୍କ ମୃତ୍ୟୁବରଣ କରିବା ପରେ ପୀଡ଼ିତା ଏବଂ ପରିବାରର ଅନ୍ୟ ସଦସ୍ୟ ମୃତ ଶରୀରକୁ ଏକ ପଲିଥିନରେ ବାନ୍ଧି ୩ ଦିନ ଘରେ ଲୁଚାଇ ରଖିଥିଲେ । ପରେ ଘର ପଛପଟେ ଖାଲ ଖୋଳି  ସେଠାରେ ମୃତ ଶରୀରକୁ ଜାଳି ଦେଇଥିଲେ । କେହି ଯେମିତି ସନ୍ଦେହ ନ କରନ୍ତି ସେଥିପାଇଁ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକେ ପୁଲିସରେ ନିଖୋଜ ନେଇ ଏତଲା ଦେଇଥିଲେ । ତଦନ୍ତ ପରେ ଘରର ପଛପଟେ ପାଉଁଶ ଦେଖି ପୁଲିସ ସନ୍ଦେହ କରି ପୀଡ଼ିତାଙ୍କୁ ପଚରା ଉଚରା କରିବା ପରେ ସେ ସବୁ ସତ ମାନି ନେଇଥିଲେ । ପ୍ରକୃତ ଘଟଣା ଜଣାପଡ଼ିବା ପରେ ପୁଲିସ ପୀଡ଼ିତା ଏବଂ ପୀଡ଼ିତାଙ୍କୁ ଏହି କାମରେ ସାହାଯ୍ୟ କରିଥିବାରୁ ତାଙ୍କ ପରିବାର ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.