ଏଟିଏମ୍‌ରେ ଟଙ୍କା ଭର୍ତ୍ତି ନାଁରେ ୫୦ ଲକ୍ଷ ଠକେଇ : ୪ ଅଟକ

ଭୁବନେଶ୍ବର : ଏଟିଏମ୍‌ରେ ଟଙ୍କା ଭର୍ତ୍ତି ନାଁରେ ଠକେଇ ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ପ୍ରାୟ ୫୦ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏଟିଏମ୍‌ଗୁଡ଼ିକରେ ଟଙ୍କା ଭର୍ତ୍ତି କରାଇବା ଓ ସୁରକ୍ଷା ପାଇଁ ଚନ୍ଦ୍ରଶେଖରପୁରର ଟ୍ରାଇଡେଣ୍ଟ ଏଜେନ୍ସିକୁ ଦାୟିତ୍ବ ଦିଆ ଯାଇଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି ପାଇଁ ବ୍ୟାଙ୍କର ମୁଖ୍ୟ ଶାଖା ଟ୍ରାଇଡେଣ୍ଟ ଏଜେନ୍ସିକୁ ୨ କୋଟି ଟଙ୍କା ଦେଇଥିଲା। ସ˚ସ୍ଥାର କର୍ମଚାରୀ କେତେକ ଏଟିଏମ୍‌ରେ ଏହି ଟଙ୍କା ଭର୍ତ୍ତି କରିଥିଲେ। ତେବେ ୨ କୋଟି ଟଙ୍କାରୁ ପାଖାପାଖି ୫୦ ଲକ୍ଷ ଟଙ୍କା ଏଟିଏମ୍‌ରେ ଭର୍ତ୍ତି ହୋଇ ନ ଥିବା ଯାଞ୍ଚ ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା। ପ୍ରାୟ ସମସ୍ତ ଏଟିଏମ୍‌ରେ ଲକ୍ଷେ ଟଙ୍କା କମ୍‌ ଭର୍ତ୍ତି କରାଯାଇଥିଲା। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସଂସ୍ଥାକୁ ଜବାବ୍‌ ମଗିବାରୁ କର୍ତ୍ତୃପକ୍ଷ ଠିକ୍‌ ଉତ୍ତର ଦେଇପାରି ନଥିଲେ। ଏହାପରେ ବ୍ୟାଙ୍କ ମ୍ୟାନେଜର୍‌ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ସଂସ୍ଥା ଠିକ୍‌ ପରିମାଣ‌ର ଟଙ୍କା ଭର୍ତ୍ତି କରିଥିବା ପୁଲିସକୁ କହିଛି। ଉଭୟ ପକ୍ଷରୁ ଘଟଣା ବିଷୟରେ ଜାଣିବା ପରେ ପୁଲିସ ବିଭିନ୍ନ ଦିଗ ଉପରେ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର