ବଟି ନଦେବାରୁ ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ

ଭୁବନେଶ୍ୱର: ବଟି ନ ଦେବାରୁ ଜଣେ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଲଲାଟ କେଶରୀ ଲେଙ୍କା ଓରଫ ନଣ୍ଡା(୨୬)କୁ ଗିରଫ କରିଛି। ତା’ ଘର ଲକ୍ଷ୍ମୀସାଗର ଲେଙ୍କା ସାହିରେ। ସୂଚନାନୁଯାୟୀ, ଗତ ୨ତାରିଖରେ ଲକ୍ଷ୍ମୀସାଗର ସନ୍ତୋଷୀ ବିହାରରେ ଏକ ଘର କାମ ଚାଲିଥିଲା। ନଣ୍ଡା ସେଠାରେ ପହଞ୍ଚି ଘର କାମ କରୁଥିବା ରାକେଶ ବିଶ୍ୱାସ ନାମକ ଜଣେ ମିସ୍ତ୍ରୀଙ୍କୁ ବଟି ମାଗିଥିଲା। ରାକେଶ ମନା କରିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା

ସମ୍ବନ୍ଧିତ ଖବର