ଯୁବକଙ୍କୁ ଆକ୍ରମଣ, ୨ ଗିରଫ

ଭୁବନେଶ୍ବର: ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଲୁହାରଡ୍‌ରେ ଆକ୍ରମଣ ହୋଇଛି। ଏହି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାପୁଜୀନଗର ରଡ୍‌ଗୋଦାମବସ୍ତିର ମୀନ ଦାସ(୨୧) ଓ ଶଙ୍କର ବାରିକ(୧୯)। କିଛିମାସ ତଳେ ମୀନ ସ୍ଥାନୀୟ ଅଞ୍ଚଳର ବାସୁ ରାଓ ନାମକ ଜଣେ ଯୁବକଙ୍କଠାରୁ ଟଙ୍କା ଧାର ନେଇଥିଲା। ଟଙ୍କା ଫେରସ୍ତ କରିବାରେ ବିଳମ୍ବ ହେବାରୁ ୩୦ ତାରିଖ ରାତିରେ ବାସୁ ମୀନଙ୍କୁ ଟଙ୍କା ମାଗିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମୀନା ଓ ତା’ର ସହଯୋଗୀ ଶଙ୍କର ବାସୁଙ୍କୁ ଲୁହା ରଡ୍‌ରେ ମାଡ଼ ମାରି ଫେରାର୍‌ ହୋଇଯାଇଥିଲେ। ଖବରପାଇ କ୍ୟାପିଟାଲ ଥାନା ପୁଲିସ ଆହତ ବାସୁଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ବାସୁଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର