ବାକିରେ ଚିକେନ୍‌ ନ ଦେବାରୁ ଯୁବକଙ୍କୁ ଆକ୍ରମଣ

ଭୁବନେଶ୍ୱର: ଭୋଜି କରିବା ପାଇଁ ଚିକେନ୍‌ ଆଣିବାକୁ ଦୋକାନ ଯାଇ ବାକିରେ ଚିକେନ୍‌ ମାଗିଥିଲେ। ଦୋକାନି ବାକିରେ ଚିକେନ ନାଦେବାରୁ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ଦୋକାନିକୁ ମାରଣାନ୍ତକ ଆକ୍ରମଣ ହୋଇଛି। ଏମିତି ଏକ ଘଟଣା ଘଟିଛି ସହିଦ ନଗର ଥାନା ଅଧିନରେ ଥିବା ସାଇନ୍ସ ପାର୍କ ବସ୍ତିରେ। ମିଳିଥିବା ସୂଚନା ମୁତାବକ ଫିରୋଜ ଖାନଙ୍କର ଏକ ଚିକେନ ଦୋକାନ ଅଛି। ସେହି ବସ୍ତିରେ ରହୁଥିବା ଶେକ୍‌ ରମଜାନ ଏବଂ ତାର ସାଙ୍ଗମାନେ ଗତ କାଲି ଭୋଜି ପାଇଁ ଚିକେନ ଆଣିବାକୁ ଫିରୋଜଙ୍କ ଦେକାନକୁ ଯାଇଥିଲେ ଏବଂ ସେଠାକୁ ଯାଇ ତାଙ୍କୁ ବାକିରେ ଚିକେନ ମାଗିିଥିଲେ। ଫିରୋଜ ବାକିରେ ଚିକେନ ଦବାକୁ ମନା କରିବାରୁ ଉତ୍ୟକ୍ତ ହୋଇ ରମଜାନ ଏବଂ ତାର ସାଙ୍ଗମାନେ ଫିରୋଜଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ। ଫିରୋଜ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଫିରୋଜ ସହିଦ ନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର