ଯୁବକଙ୍କୁ ଆକ୍ରମଣ, ଦୁଇ ଗିରଫ

0 39

ଭୁବନେଶ୍ୱର: ଯୁବକଙ୍କୁ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ଦୁଇ ଯୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନାଁ ରମେଶ ଗୁଣି (୩୬) ଓ ପପୁ ଗୁଣି (୨୨)। ଘର ସହିଦନଗର ଥାନା ଅଧୀନରେ ଥିବା ଶାନ୍ତିପଲ୍ଲୀ ବସ୍ତିରେ। ମଙ୍ଗଳବାର ଶାନ୍ତିପଲ୍ଲୀ ବସ୍ତିର ସନିଆ ଗୁଣି ନାମକ ଜଣେ ଯୁବକ ତାଙ୍କ ଘରେ ପାଖରେ କିଛି କାମ କରୁଥିଲେ। ନିଶାସକ୍ତ ଅବସ୍ଥାରେ ସେହି ବସ୍ତିର ଦୁଇ ଯୁବକ କିଛି କାରଣ ନଥାଇ ସନିଆଙ୍କୁ ଗାଳିଗୁଳଜ କରିଥିଲେ। ସନିଆ ଏହାକୁ ବିରୋଧ କରିବାରୁ ରମେଶ ଓ ପପୁ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସନିଆ ଆହତ ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ଚିକିତ୍ସିତ ହୋଇ ଫେରିବାପରେ ସନିଆ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.