କର୍ପୋରେଟର୍‌ଙ୍କ ପୁଅକୁ ଆକ୍ରମଣ ଘଟଣା ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବିଜେବି କଲେଜ ପଛପାଖରେ ବଡ଼ଗଡ଼ କର୍ପୋଟେର୍‌ ରଚନା ପାଟ୍ଟଶାଣୀଙ୍କ ପୁଅ ରକିଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ ଆଜି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲା ପୁରୀ ସଦର ଥାନା ଗୋପୀନାଥପୁରର କାନ୍ଥା ଓରଫ ଶ୍ରୀତମ ମିଶ୍ର (୨୦)। ପୁଲିସ ସୂଚନା ଅନୁଯାୟୀ ରକି ଘରକୁ ଫେରୁଥିବା ବେଳେ ବିଜେବି କଲେଜ୍‌ ପଛ ରାସ୍ତାରେ କାନ୍ଥା ତାକୁ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲା। ପୁଲିସ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର